ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର।  ସାଧାରଣ ଲୋକଙ୍କ ଉପରେ ପଡ଼ିଲା ଚଡ଼କ । ଶୁକ୍ରବାର ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାକି ଚାରି ଦିନ ମଧ୍ୟରେ ତୃତୀୟ ଥର ପାଇଁ ପୁଣି ଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ଅର୍ଥାତ ଚାରି ଦିନରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା […]

ଭୁବନେଶ୍ୱର: ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର।  ସାଧାରଣ ଲୋକଙ୍କ ଉପରେ ପଡ଼ିଲା ଚଡ଼କ । ଶୁକ୍ରବାର ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ଯାହାକି ଚାରି ଦିନ ମଧ୍ୟରେ ତୃତୀୟ ଥର ପାଇଁ ପୁଣି ଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୮୬ ପଇସା ଓ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି । ଅର୍ଥାତ ଚାରି ଦିନରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୮୦ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୬୭ପଇସା ବୃଦ୍ଧି ପାଇଛି । ଭାରତୀୟ ତତୈଳ ନିଗମ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୮୦ ପଇସା ବୃଦ୍ଧି ପରେ ଆଜି ମାର୍ଚ୍ଚ ୨୫ ତାରିଖ ସକାଳ ୬ଟା ବେଳଠାରୁ ଦିଲ୍ଲୀରେ ଡିଜେଲ୍‌ ଲିଟର୍‌ପିଛା ଟ. ୮୯.୦୭ ଏବଂ ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୯୭.୮୧ରେ ବିକ୍ରୟ ହେଉଛି।

ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର ଏବଂ ବୁଧବାର ଦିନ ଉପରୋକ୍ତ ତୈଳ ଦର ବୃଦ୍ଧି ପାଇଥିଲା। ଯଦି ପୂର୍ବ ରେକର୍ଡ ଦେଖାଯାଏ ତେବେ ତେଲ ଦର ପ୍ରତି ଥର ଲିଟର୍‌ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି। ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

ଦର ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୬୯ ପଇସାରୁ ୧୦୪ ଟଙ୍କା ୫୫ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ଦର ଲିଟର ପିଛା ୯୩ ଟଙ୍କା ୪୪ ପଇସାରୁ ବୃଦ୍ଧି ପାଇ ୯୪ ଟଙ୍କା ୨୯ ପଇସାରେ ପହଞ୍ଚିଛି । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

About The Author: The Sakala