ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର । ୭ଦିନ ବଢ଼ିଲା ଧାନକିଣା ଅବଧି । ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ଯେପରି ଜଣେ ଚାଷୀଙ୍କ ଟୋକନ୍ ଲାପ୍ସ ଯିବନି ସେଥିପାଇଁ ଗୁରୁତ୍ବ ଦିଆଯାଇଛି । ଚଳିତ ଖରିଫ୍ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ସରିଲାଣି ବୋଲି ମନ୍ତ୍ରୀ କହିଛନ୍ତି । ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଲେଣି । ଚାଷୀଙ୍କ ଖାତାକୁ ୨୨ ହଜାର ୮୮୪ କୋଟି ଟଙ୍କା ଯାଇ ସାରିଲାଣି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।