ଆସିଲା ଆଡମିଟ୍ କାର୍ଡ, ଫେବୃଆରୀ ୯ରେ ଓଏସଏସଟିଇଟି ପରୀକ୍ଷା

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବ ଓଏସଏସଟିଇଟି ପରୀକ୍ଷା। ମୋଟ ୭୨ ହଜାର ୨୮୨ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା । ଏଥି ପାଇଁ ସାରା ରାଜ୍ୟରେ ୩୩୮ ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସକାଳ ୯ ଟାରୁ ୧୧ ଟା ୩୦ ରେ ପେପର- ୧ ପରୀକ୍ଷା ହେବ। ଅପରାହ୍ନ ୧ ଟାରୁ ୩ ଟା ୩୦ ଯାଏ ଚାଲିବ ପେପର- ୨ ପରୀକ୍ଷା। ପରୀକ୍ଷାରେ କୌଣସି ନେଗେଟିଭ୍ […]

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରୀ ୯ ତାରିଖରେ ହେବ ଓଏସଏସଟିଇଟି ପରୀକ୍ଷା। ମୋଟ ୭୨ ହଜାର ୨୮୨ ଜଣ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା । ଏଥି ପାଇଁ ସାରା ରାଜ୍ୟରେ ୩୩୮ ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସକାଳ ୯ ଟାରୁ ୧୧ ଟା ୩୦ ରେ ପେପର- ୧ ପରୀକ୍ଷା ହେବ। ଅପରାହ୍ନ ୧ ଟାରୁ ୩ ଟା ୩୦ ଯାଏ ଚାଲିବ ପେପର- ୨ ପରୀକ୍ଷା। ପରୀକ୍ଷାରେ କୌଣସି ନେଗେଟିଭ୍ ମାର୍କ ରହିବ ନାହିଁ। ପ୍ରତି ପେପରରେ ୪ଟି ଲେଖାଏ ସେକ୍ସନରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

ପରୀକ୍ଷାର୍ଥୀମାନେ କୋଭିଡ ଗାଇଡଲାଇନ ପାଳନ ପୂର୍ବକ ପରୀକ୍ଷା ଦେବେ । କୋଭିଡ ଗାଇଡଲାଇନ ପାଳନ ସହ କିପରି ସଠିକ ଭାବେ ପରୀକ୍ଷା ହେବ ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଜି ସନ୍ଧ୍ୟାରୁ ପ୍ରାର୍ଥୀମାନଙ୍କର ଆଡମିଟ୍ କାର୍ଡ BSE ଓଡ଼ିଶା ଜାରି କରିଛି। ପ୍ରାର୍ଥୀମାନେ BSE ଓଡ଼ିଶାର ଅଫିସିଆଲ୍ ୱେବସାଇଟ (bseodisha.ac.in)ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

About The Author: The Sakala