ଅକ୍ଟୋବର ୬ରୁ ହବିଷ୍ୟାଳି ଯୋଜନା ପାଇଁ ଅନଲାଇନ୍ ଆବେଦନ

ଭୁବନେଶ୍ୱର: ପୁରୀରେ ନିଶୁଳ୍କ ହବିଷ୍ୟାଳି ବ୍ରତ ପାଇଁ ଅକ୍ଟୋବର ୬ରୁ ଅନଲାଇନ ଆବେଦନ । ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳିବେ ହବିଷ୍ୟାଳି । ଏହି ପବିତ୍ର ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଆୟୋଜିତ ହେଉଥିବା ହବିଷ୍ୟାଳି ଯୋଜନା ପାଇଁ ଆସନ୍ତା ଅକ୍ଟୋବର ୬ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।

ପ୍ରଶାସନର ସୂଚନା ଅନୁଯାୟୀ, ଚଳିତ ବର୍ଷ ସମୁଦାୟ ୨୫୦୦ ହବିଷ୍ୟାଳିଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ସେମାନଙ୍କ ରହଣି ପାଇଁ ପୁରୀର ତିନୋଟି ପ୍ରମୁଖ ସ୍ଥାନ ଯଥା- ବୃନ୍ଦାବତୀ ନିବାସ, ପୌରସଂସ୍ଥା କଲ୍ୟାଣ ମଣ୍ଡପ ଏବଂ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ମାଗଣା ବ୍ୟବସ୍ଥା କରାଯିବ। ଏଥିସହିତ ପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଏବଂ ମାଗଣା ମହାପ୍ରସାଦ ସେବନର ମଧ୍ୟ ସୁବିଧା ରହିବ। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଇଚ୍ଛୁକ ମହିଳାମାନେ https://edistrict.odisha.gov.in ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ। 

About The Author: Madhusudan Das