ଭୁବନେଶ୍ୱର: ଅମାନିଆ ଆମ ବସ୍। ରାଜଧାନୀ ଭୁବନେଶ୍ୱରରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ଜନପଥରେ ବାଇକ ଉପରେ ଚଢ଼ିଗଲା ଆମ ବସ୍ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ। ୩ଟି ଆମ ବସ୍ ଭାଙ୍ଗିଦେଲେ ଉତ୍ୟକ୍ତ ଲୋକେ । ଦୁର୍ଘଟଣା ପରେ ପ୍ରଥମେ ଗୋଟିଏ ବସ୍ ଉପରକୁ ଟେକାପଥର ମାଡ଼ କରିଥିଲେ କିଛି ଲୋକ । ଏହା ପରେ ସେହି ରୁଟରେ ଆସୁଥିବା ଅନ୍ୟ ଦୁଇଟି ବସକୁ ମଧ୍ୟ ଅଟକାଇ ଭଙ୍ଗାରୁଜା କରିଥିଲେ । ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ପ୍ରାଣ ବିକଳରେ ଆମ ବସ୍ ଛାଡ଼ି ପଳାଇଲେ ଡ୍ରାଇଭର, କଣ୍ଡକ୍ଟର । ଉତ୍ତେଜନା ରୋକିବାକୁ ପୋଲିସର ମୃଦୁ ଲାଠିଚାଳନା ହୋଇଛି ।