ଋଣ ଭାର ସହି ନ ପାରି ଘରେ ରସି ଲଗାଇ ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି

କଣାସ: ଋଣ ଭାର ସହି ନ ପାରି ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି । ଲୋନ୍ ଟଙ୍କା ପରିଶୋଧ କରିନପାରି ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ-ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଗାଁରୁ । ମୃତ ଦମ୍ପତ୍ତି ହେଉଛନ୍ତି ଅଁଳାଯୋଡ଼ି ଗାଁର ୬୫ ବର୍ଷୀୟ ବାନାମ୍ବର ବେହେରା ଏବଂ ପତ୍ନୀ ୫୩ ବର୍ଷୀୟ ବନିତା ବେହେରା । ଋଣ ପରିଶୋଧ ପାଇଁ ମାନସିକ ଚାପ […]

କଣାସ: ଋଣ ଭାର ସହି ନ ପାରି ଝୁଲିପଡ଼ିଲେ ବୃଦ୍ଧ ଦମ୍ପତି । ଲୋନ୍ ଟଙ୍କା ପରିଶୋଧ କରିନପାରି ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ବାମୀ-ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କଣାସ ବ୍ଲକ ଅଁଳାଯୋଡି ଗାଁରୁ । ମୃତ ଦମ୍ପତ୍ତି ହେଉଛନ୍ତି ଅଁଳାଯୋଡ଼ି ଗାଁର ୬୫ ବର୍ଷୀୟ ବାନାମ୍ବର ବେହେରା ଏବଂ ପତ୍ନୀ ୫୩ ବର୍ଷୀୟ ବନିତା ବେହେରା । ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଘରେ ଦୁହେଁ ଆତ୍ମହତ୍ୟା କରିଥିବା କୁହାଯାଉଛି।

ସୂଚନା ଅନୁସାରେ, ଅଁଳାଯୋଡ଼ି ଗାଁର ବାନାମ୍ବର ବେହେରା ଏକ ଘରୋଇ ଫାଇନାନ୍ସ କମ୍ପାନିରୁ ଋଣ ଆଣିଥିଲେ। କିନ୍ତୁ ଆର୍ଥିକ ଅନାଟନ ଯୋଗୁଁ ଠିକ୍ ସମୟରେ ଋଣ ପରିଶୋଧ କରିପାରୁନଥିଲେ। ଗତ ରାତିରେ ଉକ୍ତ ଫାଇନାନ୍ସ କମ୍ପାନିର କର୍ମଚାରୀମାନେ କିସ୍ତି ଟଙ୍କା ପାଇଁ ଘରେ ପହଞ୍ଚିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ କିସ୍ତି ଟଙ୍କା ପାଇଁ କର୍ମଚାରୀମାନେ ଘରେ ବସି ରହିଥିଲେ। ସେମାନେ ଉଭୟଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। ବୃଦ୍ଧ ଦମ୍ପତିଙ୍କ ପାଖରେ ଟଙ୍କା ନଥିବା ଜଣାଇବା ପରେ ବି କର୍ମଚାରୀମାନେ ଘରୁ ବାହାରିନଥିଲେ। ଆଉ ଶେଷରେ ଭୋରୁ ଭୋରୁ ଘର ଭିତରେ ସ୍ବାମୀ-ସ୍ତ୍ରୀ ଆତ୍ମହତ୍ୟା କରିଥିଲେ। ଚାପରେ ବାପା, ମାଆ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଦମ୍ପତିଙ୍କ ଦୁଇ ପୁଅ ।

About The Author: The Sakala