ଡାଲି ଓ ତୈଳବୀଜ ଉତ୍ପାଦନରେ ସମୃଦ୍ଧ ହେବ ଓଡ଼ିଶା : ଚଳିତ ରବି ଋତୁରେ ୪ଲକ୍ଷ ହେକ୍ଟର ଜମିରେ ହେବ ଚାଷ

ଭୁବନେଶ୍ୱର : ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଏକାଧିକ ଯୋଜନାମାନ ପ୍ରଣୟନ କରିଛନ୍ତି। ଏହିକ୍ରମରେ ଚଳିତ ରବି ଋତୁରେ ରାଜ୍ୟ ସରକାର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। କୃଷି ବିଭାଗର ତଥ୍ୟ ଅନୁଯାୟୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ଦେଶର ସର୍ବବୃହତ୍‌‌ ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି […]

ଭୁବନେଶ୍ୱର : ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧି ଏବଂ ଫସଲ ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ଏକାଧିକ ଯୋଜନାମାନ ପ୍ରଣୟନ କରିଛନ୍ତି। ଏହିକ୍ରମରେ ଚଳିତ ରବି ଋତୁରେ ରାଜ୍ୟ ସରକାର ଏକ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିବା ସହ ସେହି ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। କୃଷି ବିଭାଗର ତଥ୍ୟ ଅନୁଯାୟୀ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାରେ ଦେଶର ସର୍ବବୃହତ୍‌‌ ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମି ପରିଚାଳନା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଚଳିତ ବର୍ଷ ୪ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ହାତକୁ ନେଇଛି କୃଷି ବିଭାଗ। ଏହାଦ୍ୱାରା ଡାଲି ଓ ତୈଳବୀଜ ଉତ୍ପାଦନରେ ଓଡ଼ିଶା ସମୃଦ୍ଧ ହେବାର ଆଶା କରାଯାଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୧୬ ଲକ୍ଷ ହେକ୍ଟର ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମି ରହିଛି। ଚଳିତ ରବି ଋତୁରେ ପ୍ରାୟ ୪ ଲକ୍ଷ ହେକ୍ଟର ଚାଷଜମିରେ ଶସ୍ୟ ଉତ୍ପାଦନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଧାନ ଅମଳ ପରବର୍ତ୍ତୀ ଆଦ୍ରତାକୁ ଉପଯୋଗ କରି ରବି ଋତୁରେ ଡାଲି ଓ ତୈଳବୀଜ ଯଥା ମୁଗ, ବିରି, ଖେସାରି, ସୋରିଷ, ବିରି, ମସୁର, ମଟର ଓ ରାଶି ଆଦି ଚାଷ କରାଯାଉଛି। କୃଷକଙ୍କୁ ଏଥିପାଇଁ ରାଜ୍ୟ ସରକାର ଅଭିନବ ଉପାୟ ଏବଂ ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ପାଇଁ ଆବଶ୍ୟକ ସହାୟତା ଏବଂ ଜ୍ଞାନକୌଶଳ ଯୋଗାଇ ଦେଉଛନ୍ତି।

ବିଶେଷକରି ମାଟିର ଅମ୍ଳତା ହ୍ରାସ ପାଇଁ ଡୋଲୋମାଇଟ ପ୍ରୟୋଗ ପାଇଁ କୃଷକଙ୍କୁ ପ୍ରବର୍ତ୍ତାଯାଉଥିବା ବେଳେ ସମନ୍ୱିତ ରୋଗପୋକ ପରିଚାଳନାକୁ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି। ଜୈବିକ ଉପାୟରେ କୃଷିକୁ ଗୁରୁତ୍ୱ ପ୍ରଦାନ ସହ କୃଷି ଯନ୍ତ୍ରପାତିର ଅଧିକରୁ ଅଧିକ ପ୍ରୟୋଗ ପାଇଁ କୃଷି ବିଭାଗ ପଦକ୍ଷେପ ନେଉଛି। ଏହାସହ କୃଷକମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉଛି। ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ କାରଣରୁ ଚଳିତ ବର୍ଷ ୪ଲକ୍ଷ ହେକ୍ଟର ଚାଷ ଜମିରେ ଫସଲ ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। କେବଳ ପଡ଼ିଆ ଜମିର ପରିଚାଳନା ନୁହେଁ; ବ୍ୟାପକ କୃଷି, ମୃତ୍ତିକା ଉର୍ବରତା ବୃଦ୍ଧି, ଅଧିକ ଉତ୍ପାଦନ, ଚାଷୀଙ୍କୁ ଅଧିକ ଆୟ ନିରାପତ୍ତା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

About The Author: The Sakala