ରାଜ୍ଯରେ ବିକ୍ରି ହେଉଛି ପୁଳାପୁଳା ନକଲି ଔଷଧ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ଲୋକଙ୍କ ବିଶ୍ଵାସରେ ବିଷ। ରାଜ୍ଯରେ ବିକ୍ରି ହେଉଛି ପୁଳାପୁଳା ନକଲି ଔଷଧ। ବାହାର ରାଜ୍ୟରୁ ଓଡି଼ଶାକୁ ଆସୁଛି ନକଲି ମେଡିସିନ। ଏହା ସହିତ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଜେପି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ […]

ଭୁବନେଶ୍ବର : ଲୋକଙ୍କ ବିଶ୍ଵାସରେ ବିଷ। ରାଜ୍ଯରେ ବିକ୍ରି ହେଉଛି ପୁଳାପୁଳା ନକଲି ଔଷଧ। ବାହାର ରାଜ୍ୟରୁ ଓଡି଼ଶାକୁ ଆସୁଛି ନକଲି ମେଡିସିନ। ଏହା ସହିତ ବିକ୍ରି ହେଉଥିବା ଜିଙ୍କ୍ ସଲଫେଟ, ସୋଡିୟମ ଲାକଟେଟ, ହେପ୍ରେନ ସୋଡିୟମ ଇଂଜେକସନ ନିମ୍ନ ମାନର ବୋଲି ଜଣାପଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବିଜେପି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଜୋଶୀଙ୍କ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ଟି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଛି । ଏଥି ପାଇଁ ଗତ ୩ ବର୍ଷ ମଧ୍ୟରେ ୪ଟି ଯୋଗାଣକାରୀଙ୍କୁ କଳା ତାଲିକାଭୁକ୍ତ କରାଯାଇଛି । ଯେଉଁଥିରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଏବଂ ହାଇଦ୍ରାବାଦ ଭଳି ଅନ୍ୟ ସ୍ଥାନରୁ ନକଲି ଔଷଧ ଯୋଗାଣ କରାଯାଇଥିଲା ।

୨୦୨୨-୨୩ରେ ଜିଙ୍କ ସଲଫେଟ୍, ସୋଡିୟମ୍ ଲାକ୍ଟେଟ୍ ସମେତ ମୋଟ ୪୫ଟି ଟାବଲେଟ୍ ଏବଂ ରିଙ୍ଗର୍ସ ଲାକ୍ଟେଟ୍ ନିମ୍ନମାନର ଘୋଷଣା କରାଯାଇଥିଲା । ୨୦୨୩-୨୪ ଆର୍ଥିକ ବର୍ଷରେ ୩୨ଟି ଔଷଧ ନକଲି ବୋଲି ଚିହ୍ନଟ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୨୬ଟି ନକଲି ଔଷଧ ଚିହ୍ନଟ ହୋଇଛି । ଏଥି ପାଇଁ ଗତ ୩ ବର୍ଷ ମଧ୍ୟରେ ୪ଟି ଯୋଗାଣକାରୀ ସଂସ୍ଥାକୁ କଲା ତାଲିକାଭୁକ୍ତ କରାଯାଉଥିବା ବେଳେ ତାହା ମଧ୍ୟରେ କୋଲକାତାର ଏଲଏ କେମିକୋ ପ୍ରାଇଭେଟ୍ ଲିମିଟେଡ୍, ଉତ୍ତର ପ୍ରଦେଶର ସ୍ୱରୂପ ଫାର୍ମାସ୍ୟୁଟିକାଲ ପ୍ରାଇଭେଟ ଲିମିଟେଡ, ମଧ୍ୟପ୍ରଦେଶର ଆଇଭସ୍ ଡ୍ରଗ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ଏବଂ ଆଲାଏନ୍ସ ବାୟୋଟେକ, ହାଇଦ୍ରାବାଦ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ସେପଟେ ନକଲି ମେଡ଼ିସିନ ପ୍ରସଙ୍ଗରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଲୋକଙ୍କ ଜୀବନ ସହ ସରକାର ଖେଳନ୍ତୁ ନାହିଁ। ଯେତିକି ପଦବୀ ଖାଲି ପଡିଛି, ପଦବୀ ପୂରଣ କରନ୍ତୁ। ଯେଉଁଠି ଅଭିଯୋଗ ଆସୁଛି ସରକାର ସେଠି ଚଢ଼ାଉ କରନ୍ତୁ। ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ।

About The Author: The Sakala