ବାତ୍ୟା ‘ୟସ୍’ ମୁକାବିଲା ନେଇ ଜାଣନ୍ତୁ କେଉଁ ଜିଲ୍ଲାରେ କଣ ରହିଛି ପ୍ରସ୍ତୁତି

ଭୁବନେଶ୍ୱର: ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ‘ୟସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ […]

ଭୁବନେଶ୍ୱର: ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ ପାରାଦୀପ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟା ‘ୟସ୍’ ଥିବାବେଳେ ସମାନ ଦିଗରେ ବାଲେଶ୍ୱର ଠାରୁ ୨୯୦ ଓ ଦୀଘା ଠାରୁ ୨୯୦ ଏବଂ ସାଗରଦ୍ୱୀପ ଠାରୁ ୨୮୦ କିଲୋମିଟର ଦୂରରେ ରହିଛି ।

ବାତ୍ୟାରେ ଉତ୍ତର ଉପକୂଳ ଓଡ଼ିଶା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ଧନଜୀବନ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ବାତ୍ୟା ପାଇଁ ୧୩ ଗୋଟି ଜିଲ୍ଲାରେ ୬୮୯୧ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ଆଶ୍ରୟସ୍ଥଳରୀ ଶୁଖିଲା ଓ ରନ୍ଧା ଖାଦ୍ୟ ସହ ପର୍ଯ୍ୟାପ୍ତ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଆଲୋକ ସହ ବିଦ୍ୟୁତ୍ ପାଇଁ ବିକଳ୍ପ ବ୍ୟବସ୍ଥା ହୋଇଛି । ଅପରାହ୍ଣ ୫ଟା ସୁଦ୍ଧା ୫ ହଜାର ୫୨୩ଟି ବାତ୍ୟା ଆଶ୍ରୟ ସ୍ଥଳୀକୁ ୨ ଲକ୍ଷ ୪୮ ହଜାର ୪୯ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏଥିସହ ୬୫୧ଟି ଫ୍ରି କିଚେନ୍ ସେଣ୍ଟର କରାଯାଇଛି ।

ଜିଲ୍ଲା ଅନୁଯାୟୀ ସ୍ଥାନାନ୍ତରଣ

ଜିଲ୍ଲା ଖୋଲା ଥିବା ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାନାନ୍ତରଣ
ବାଲେଶ୍ୱର ୧୪୧୨ ୭୯, ୫୫୮
ଭଦ୍ରକ ୭୭୪ ୭୩, ୧୦୩
କଟକ ୭୬୨ ୧, ୯୧୫
ଜଗତସିଂହପୁର ୧୭୯ ୧,୧୧,୧୮୪
ଯାଜପୁର ୧୨୦ ୩,୬୨୩
କେନ୍ଦ୍ରାପଡ଼ା ୮୦୦ ୬୨,୦୦୯
କେନ୍ଦୁଝର ୧୨ ୪୫୩
ମୟୂରଭଞ୍ଜ ୪୨୭ ୧୦,୨୮୧
ଢେଙ୍କାନାଳ ୩୦ ୯୭୯
୧୦ ପୁରୀ ୧୬୬ ୩, ୫୦୦
୧୧ ଖୋର୍ଦ୍ଧା ୮୪୧ ୧, ୪୪୪
ମୋଟ ୫୫୨୩ ୨, ୪୮, ୦୪୯

 

ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ୧୩ ଜିଲ୍ଲାରେ ୫୨ଟି ଏନଡିଆରଏଫ୍ ଟିମ୍, ୬୦ଟି ଓଡ୍ରାଫ୍ ଟିମ୍, ୨୦୬ଟି ଅଗ୍ନିଶମ ବାହିନୀ ସହ ୮୬ଟି ଗଛ କାଟିବା ପାଇଁ ଟିମ୍ ମୁତୟନ ହୋଇଛନ୍ତି । ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ସାଟେଲାଇଟ୍ ଫୋନ୍ ଦିଆଯାଇଛି । ଟେଲିକମ୍ ସେବା ବ୍ୟାହତ ହେଲେ ଏହାର ବ୍ୟବହାର କରାଯିବ । ବାତ୍ୟାରେ ଘର ଭାଙ୍ଗିଲେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

 

ଜୁନ୍ ପ୍ରଥମ ସୁଦ୍ଧା ପ୍ରସବ ତାରିଖ ଥିବା ୪ ହଜାର ୫୧୦ ମହିଳାଙ୍କୁ ଚିହ୍ନଟ କରାଯାଇଛି । ୩୬୫ ଜଣଙ୍କୁ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଅନ୍ୟମାନଙ୍କୁ ସ୍ଥାନାନ୍ତରଣ ନେଇ ପ୍ରକ୍ରିୟା ଚାଲିଛି । ଆବଶ୍ୟକ ଔଷଧ ସହ ସ୍ୱାସ୍ଥ୍ୟସେବା ନେଇ ଅନ୍ୟ ବ୍ୟବସ୍ଥା କରାଯାଇଛି । ସରକାରୀ ଛୁଟି ବାତିଲ୍ କରାଯାଇଥିବା ବେଳେ ସମସ୍ତ ଅଧିକାରୀ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

About The Author: The Sakala