ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିବାରେ ଓଡିଶା ଏକ ନମ୍ବର : ଅରୁଣ ସାହୁ

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁଙ୍କ । ସେ କହିଛନ୍ତି, ନିର୍ବାଚନ ସମୟରେ ବିଜେପି ନେତା କହିଥିଲେ ଓଡିଶାକୁ ଭାରତ ବର୍ଷରେ ୧ନମ୍ବର ରାଜ୍ୟରେ ପରିଣତ କରିବୁ । ହେଲେ ବିଜେପି ସରକାର ଓଡିଶାକୁ କେଉଁଥିରେ ୧ନମ୍ବର କରୁ କି ନ କରୁ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିବାରେ ୧ନମ୍ବର କରିଛି । ଏଥିପାଇଁ ବିଜେପି ସରକାରକୁ ଧନ୍ୟବାଦ । ରିଲରେ ଯାହା ଦେଖିଥିଲେ ଏବେ ରିଏଲରେ ଏମିତି ଦେଖିବାକୁ ମିଳୁଛି ବୋଲି କହିଛନ୍ତି ଅରୁଣ ସାହୁ । 

ଅପରାଧୀ ମାନେ ଅପରାଧ ଘଟାଇ ଭିଡିଓ କରି ପଠାଉଛନ୍ତି । ଓଡିଶା ଏବେ ଉତ୍ତର ପ୍ରଦେଶ ଓ ବିହାର ପରି ହୋଇଯାଇଛି । ଆଜି ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଏ ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁନାହାନ୍ତି । ସୁରକ୍ଷା ଏବେ ବଡ଼ ପ୍ରଶ୍ନବାଚୀ ସୁଷ୍ଟି କରିଛି । ରାଜ୍ୟ ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ଅରୁଣ । ଶାସନ ଚଳାଇପାରୁନଥିବାରୁ ଶାସନ ଛାଡିଦେବା ଆବଶ୍ୟକ । ଓଡିଶାବାସୀ ଏବେ ଅସହାୟତା ପ୍ରକାଶ କରୁଛନ୍ତି ।ସରକାର ଏବେ ସଜାଗ ହୁଅ, ନହେଲେ ଶାସନ ଛାଡ଼ । ଓଡିଶାବାସୀଙ୍କୁ ସରକାର ନୁହେଁ, ଭଗବାନ ଭରଷା ଏବେ । ରାଜଧାନୀ ଏବେ ସବୁଠାରୁ ଅସୁରକ୍ଷିତ ହୋଇପଡିଛି । ଦୁଃଖର କଥା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡିପଡିଥିବା ବେଳେ ବିଜେପି ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ନା ସମୀକ୍ଷା କରୁଛନ୍ତି, ନା କୌଣସି ପଦକ୍ଷେପ ନେଉଛନ୍ତି ।

About The Author: Madhusudan Das