ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ବିଭାଗର ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। କ୍ୟାବିନେଟରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପରିଚାଳନା ଏବଂ ରକ୍ଷଣବେକ୍ଷଣ ନୀତି ୨୦୨୬କୁ ଅନୁମୋଦନ ମିଳିଛି । ଏହି ନୀତିରେ ପ୍ରକଳ୍ପ ସରିବା ପରେ ତା'ର ରକ୍ଷଣବେକ୍ଷଣ ପାଇଁ ଦାୟିତ୍ୱ ବଣ୍ଟନ ହୋଇଛି । ଏଥିରେ ପଞ୍ଚାୟତ ଗ୍ରାମବାସୀଙ୍କର କ'ଣ ଦାୟିତ୍ୱ ରହିବ, ମନିଟରିଙ୍ଗ କେମିତି ହେବ, କେତେ ଟଙ୍କା ଦିଆଯିବ ସବୁ କିଛି ନୀତିରେ ଉଲ୍ଲେଖ ରହିଛି ।
ଏହାବ୍ୟତୀତ ୩୪୦୦ କୋଟିର ଅଟଳ ଵସଷ୍ଟାଣ୍ଡ ଯୋଜନାଜୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟରେ ନିର୍ମାଣ ହେଉଥିବା ୩୧୮ ଵସଷ୍ଟାଣ୍ଡ OSRTC ସମନ୍ୱୟରେ କରାଯିବ । ଏହା ସହ ଜଳସମ୍ପଦ ବିଭାଗର ୫ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । କଟକର ୧୩୫ କୋଟି ହାଡୁଆ ଜଳସେଚନ ପ୍ରକଳ୍ପ, ଯାହା ୩୬୦୦ ହେକ୍ଟର ଜମି ବଡମ୍ବାର ୭୬ ଗାଁ, ନରସିଂହପୁର, ତିଗିରିଆ ୫ ଗାଁରେ ପାଣି ମାଡ଼ିବ ।
ସେହିପରି ୨୦୪ କୋଟିର ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ୬୨୧୦ ହେକ୍ଟର ସମ୍ବଲପୁରରେ ଜଳସେଚିତ ହେବ । ସୋନପୁର ତେଲ ନଦୀରେ ୧୭୦ କୋଟିର କ୍ଲଷ୍ଟର ୩୦ ପ୍ରକଳ୍ପ ୬ହଜାର ହେକ୍ଟର ଜମି ଜଳସେଚିତ ହେବ । ୧୫୮ କୋଟିର ଯାଜପୁର ଖରାସୁଆ, ବ୍ରାହ୍ମଣୀ ନଦୀରେ କ୍ଲଷ୍ଟର ୩୭ ପ୍ରକଳ୍ପ ଦ୍ୱାରା ୬ ହଜାର ହେକ୍ଟର ୭୩ ଗାଁ ପାଣି ଗାଁ ପାଣି ପାଇବ । କେନ୍ଦୁଝରରେ ୯୩ କୋଟି ବ୍ୟୟରେ କ୍ଲଷ୍ଟର ୩୮ ପ୍ରକଳ୍ପ ଯାହାଦ୍ୱାରା ୪୨୮୦ ହେକ୍ଟର ପାନପୁର ଅଂଚଳରେ ଜମି ଜଳସେଚିତ ହେବ । କେନ୍ଦୁଝରରେ ୧୬୪୭ କୋଟି ବ୍ୟୟରେ ନୂଆ 2*500 ଏମ୍ଭିଏ ସବ ଷ୍ଟେସନକୁ ଅନୁମୋଦନ ମିଳିଛି । ଯାହାର କାମ ୩ ବର୍ଷରେ ସରିବ । ଏହାସହ ଚାକିରୀ ସର୍ତ୍ତବଳିରେ ସଂଶୋଧନ, କ୍ୟାଡର ରୁଲ ପରିବର୍ତ୍ତନ ଶ୍ରମ ବିଭାଗର ୩ଟି ପ୍ରସ୍ତାବ ପାରିତ ହୋଇଛି ।