ବିଧାନସଭାରେ ଆଗତ ହେଲା ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ କାମଚଳା ବଜେଟ୍‌

ଭୁବନେଶ୍ବର: ବିଧାନସଭାରେ ଆଜି  ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରଥମ ୪ମାସ ପାଇଁ ଏହି କାମଚଳା ବଜେଟ୍ ଆଗତ କରାଯାଇଛି। ଋଷ ଓ ୟୁକ୍ରେନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି। ପ୍ରତିକୂଳ ପରିସ୍ଥିତି ମଧ୍ଯରେ ରାଜ୍ଯ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ଦେଶ ତୁଲନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢି ୯ରୁ ୯.୫ ରହିବ ବୋଲି ଆକଳନ କରାଯାଇଛି। ୨୦୨୨-୨୩ରେ ରାଜ୍ଯରେ ଜିଡିପିର ଅଭିବୃଦ୍ଧି ୧୨% ରୁ ଅଧିକ […]

ଭୁବନେଶ୍ବର: ବିଧାନସଭାରେ ଆଜି  ୨୦୨୨-୨୩ ଆର୍ଥିକ ବର୍ଷର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରଥମ ୪ମାସ ପାଇଁ ଏହି କାମଚଳା ବଜେଟ୍ ଆଗତ କରାଯାଇଛି। ଋଷ ଓ ୟୁକ୍ରେନ ଯୁଦ୍ଧ ବିଶ୍ବ ଅର୍ଥନୀତିକୁ ପ୍ରଭାବିତ କରିଛି। ପ୍ରତିକୂଳ ପରିସ୍ଥିତି ମଧ୍ଯରେ ରାଜ୍ଯ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ଦେଶ ତୁଲନାରେ ଓଡ଼ିଶାର ଅଭିବୃଦ୍ଧି ହାର ବଢି ୯ରୁ ୯.୫ ରହିବ ବୋଲି ଆକଳନ କରାଯାଇଛି। ୨୦୨୨-୨୩ରେ ରାଜ୍ଯରେ ଜିଡିପିର ଅଭିବୃଦ୍ଧି ୧୨% ରୁ ଅଧିକ ସମ୍ଭାବନା ରହିଛି। ୨୦୦୫-୦୬ ପରଠାରୁ ରାଜ୍ଯ କ୍ରମାଗତ ରାଜସ୍ବ ବଳକା ହସଲ କରୁଛି। । ୨୦୨୨-୨୩ରେ ମୋଟ କାର୍ଯ୍ଯକ୍ରମ ବେୟ ୧.୧୦ ଲକ୍ଷ କୋଟି ଆକଳ କରାଯାଇଛି। ସରକାରୀ କ୍ଷେତ୍ର ପାଇଁ ୧ ଲକ୍ଷ କୋଟି ଓ ଅନ୍ଯାନ୍ଯ ପାଇଁ ୧୦ ହଜାର କୋଟି ଟଙ୍କା ବୟ ବରାଦ କରାଯାଇଛି।

ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ବେୟ ବରାଦ  ?

-ବିପର୍ଯ୍ୟୟ ମୁକାବିଲା ପାଇଁ – ୩ ହଜାର ୨ଶହ କୋଟି ଟଙ୍କା ବ୍ୟୟବରାଦ

-BSKY ପାଇଁ ୧୮୬୪କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି

-ମିଶନ ଶକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ୨ ହଜାର କୋଟି ବ୍ୟୟବରାଦ

-ଜାତୀୟ ଗ୍ରାମୀଣ ଜୀବିକା ମିଶନ ପାଇଁ ୧୦୩୯ କୋଟି ବ୍ୟୟବରାଦ

-SHG ଓ ସେମାନଙ୍କ ମହାସଂଘ ପାଇଁ ୭୭୩ କୋଟି ବ୍ୟୟବରାଦ

-ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ୧୭୬ କୋଟି ଟଙ୍କା ବ୍ୟୟବରାଦ

-କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କାର ବ୍ୟୟବରା‌ଦ

-ଅର୍ଥ ବିଭାଗ ପାଇଁ ୧୮ ହଜାର ୫୪୨ କୋଟି ଟଙ୍କା ବ୍ୟୟବରାଦ
-ରାଜସ୍ବ ବିଭାଗ ପାଇଁ ୭୪୯,୯୧,୭୯ କୋଟି ଟଙ୍କା ବ୍ୟୟବରା‌ଦ
-ବାଣିଜ୍ୟ ବିଭାଗ-୮୬, ୭୯, ୭୫ କୋଟି ବ୍ୟୟବରାଦ
-ଖାଦ୍ୟ ଯୋଗାଣ-୬୦୨,୪୩, ୮୦ କୋଟି ବ୍ୟୟବରାଦ
-କାଳିଆ ଯୋଜନା- ୧ ହଜାର ୮୭୪ କୋଟି ବ୍ୟୟବରାଦ
-କୃଷି ବିଭାଗ- ୨୦ ହଜାର ୩୪୪ କୋଟି ବ୍ୟୟବରାଦ
-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ- ୧୦,୧୬,୫୩,୭୭୯ ଟଙ୍କା ବ୍ୟୟବରାଦ
-ମୋ ସ୍କୁଲ ଏବଂ ମୋ କଲେଜ- ୨୬ ହଜାର ୪୯୨ କୋଟି ବ୍ୟୟବରାଦ
-ଜାତୀୟ ଗ୍ରାମୀଣ ଜୀବିକା ମିଶନ- ୧ ହଜାର ୩୯ କୋଟି ବ୍ୟୟବରାଦ
ସାର ଓ ବିହନ ପାଇଁ ସୁଧମୁକ୍ତ ରଣ ବାବଦକୁ ୧୦୦କୋଟି ଟଙ୍କା ବ୍ୟୟବରାଦ

-ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬ଶହ ୮୮କୋଟି ଟଙ୍କା

-ଉଦ୍ୟାନ କୃଷି ବିକାଶ ଯୋଜନା ପାଇଁ ୧୫୭କୋଟି ଟଙ୍କା

-OUATରେ ଗବେଷଣା ଓ ଶିକ୍ଷା ପାଇଁ ୧୦୬ କୋଟି

-ପଶୁ ସମ୍ପଦର ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ ପାଇଁ ୨୭୩କୋଟି ଟଙ୍କା

-ସଘନ ଓ ଆଭ୍ୟନ୍ତରୀଣ ମତ୍ସ୍ୟଚାଷ ବିକାଶ ପାଇଁ ୧୮୨କୋଟି

-କୁକୁଡା ଚାଷ ପାଇଁ ୮୭କୋଟି

-ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ୩୧କୋଟି

-କୃଷକଙ୍କୁ ସୁଧ ରିହାତି ବାବଦକୁ ୨୦୧କୋଟି ଟଙ୍କା

-ଫସଲ ବୀମା ପ୍ରିମିୟମ ସବସିଡି ବାବଦକୁ ୧୦୦କୋଟି

-ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ସହାୟତା ପାଇଁ ୧୫୦କୋଟି

-ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୫୫୨୩କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

 

About The Author: The Sakala