ଓଡ଼ିଆ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି, ଜୁଲାଇ ୧୫ ସୁଦ୍ଧା ପ୍ରସ୍ତୁତ ହେବ ୱେବ୍‌‌ସାଇଟ୍‌‌

ଭୁବନେଶ୍ୱର: ଜୁଲାଇ ୧୫ ସୁଦ୍ଧା ପ୍ରସ୍ତୁତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌। ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍‌‌)କୁ ଚିଠି ଲେଖିଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ଓଡ଼ିଶା ବିଶ୍ୱବିଦ୍ୟାଳୟର ସବିଶେଷ ତଥ୍ୟ ସହ ଏକ ପୂର୍ଣ୍ଣାଙ୍ଗ ୱେବ୍‌‌ସାଇଟ୍‌‌ ପ୍ରସ୍ତୁତ କରିବାକୁ ବିଭାଗ ଚିଠିରେ ଦର୍ଶାଇଛି। www.odiauniversity.ac.in ୱେବ୍‌‌ସାଇଟ୍‌‌ରେ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ସେହିପରି ଚଳିତ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଖୁବଶୀଘ୍ରର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି […]

ଭୁବନେଶ୍ୱର: ଜୁଲାଇ ୧୫ ସୁଦ୍ଧା ପ୍ରସ୍ତୁତ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟର ୱେବ୍‌‌ସାଇଟ୍‌‌। ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର(ଓକାକ୍‌‌)କୁ ଚିଠି ଲେଖିଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ଓଡ଼ିଶା ବିଶ୍ୱବିଦ୍ୟାଳୟର ସବିଶେଷ ତଥ୍ୟ ସହ ଏକ ପୂର୍ଣ୍ଣାଙ୍ଗ ୱେବ୍‌‌ସାଇଟ୍‌‌ ପ୍ରସ୍ତୁତ କରିବାକୁ ବିଭାଗ ଚିଠିରେ ଦର୍ଶାଇଛି। www.odiauniversity.ac.in ୱେବ୍‌‌ସାଇଟ୍‌‌ରେ ବିଶ୍ୱବିଦ୍ୟାଳୟ ସମ୍ପର୍କିତ ସମସ୍ତ ତଥ୍ୟ ରହିବ। ସେହିପରି ଚଳିତ ଶିକ୍ଷା ବର୍ଷରେ ନାମଲେଖା ପାଇଁ ଖୁବଶୀଘ୍ରର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଭାଗୀୟ ଅତିରିକ୍ତ ସଚିବ ଦର୍ଶାଇଛନ୍ତି। ସୂଚନା ଅନୁଯାୟୀ ଏକକ ପ୍ରବେଶିକା ମାଧ୍ୟମରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବ। ଛାତ୍ରଛାତ୍ରୀ ୨୦୨୩-୨୪ଶିକ୍ଷା ବର୍ଷରେ ପାଠପଢ଼଼ା ପାଇଁ ନାମ ଲେଖାଇବେ।

ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ଏବଂ ଆଞ୍ଚଳିକ, ଆଦିବାସୀ ଭାଷା ଓ ଐତିହ୍ୟ ଅଧ୍ୟୟନ ଆଦି ୩ ପାଠ୍ୟକ୍ରମରେ ଚଳିତ ବର୍ଷରୁ ସମନ୍ୱିତ(ଇଣ୍ଟିଗ୍ରେଟେଡ୍‌‌) ଏମଏ-ପିଏଚ୍‌‌ଡି ଅଧ୍ୟୟନ କରିବେ। ପିଲାମାନେ ଏକାକାଳୀନ ସ୍ନାତକୋତ୍ତର ଓ ପିଏଚ୍‌‌ଡି ଅଧ୍ୟୟନ କରିବେ। ପ୍ରତ୍ୟେକ ବିଭାଗରେ ୨୪ ଲେଖାଏଁ ମୋଟ୍‌‌ ୭୨ଟି ସିଟ୍‌‌ରେ ପାଠପଢ଼଼ା ଆରମ୍ଭ ହେବ। ନିଯୁକ୍ତି ପ୍ରକ୍ରିୟାକୁ ଉଚ୍ଚଶିକ୍ଷା ବିଭାଗ ବିଶେଷ ଗୁରୁତ୍ୱ ଦେଉଥିବାବେଳେ ଏଥି ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି। ନାମଲେଖା ପୂର୍ବରୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଏବଂ ଅନ୍ୟ ସମସ୍ତ ପ୍ରକ୍ରୟା ସାରିବା ପାଇଁ ବିଭାଗ ଗୁରୁତ୍ୱ ଦେଉଥିବା ଅତିରିକ୍ତ ସଚିବ କହିଛନ୍ତି। ପାଠପଢ଼଼ା ପାଇଁ କ୍ୟାମ୍ପସ୍‌‌ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି। ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଏକ ଅତ୍ୟାଧୁନିକ ହାଇଟେକ୍‌‌ ବିଶ୍ୱବିଦ୍ୟାଳୟଭାବେ ପରିଚିତି ଦେବା ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।

About The Author: The Sakala