ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ୭୮୬ ଅଧ୍ୟାପକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଶିକ୍ଷାର ମାନ ବୃଦ୍ଧି କରିବାକୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି। ଏହି କ୍ରମରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆଉ ୭୮୬ ଅଧ୍ୟାପକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ। ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ୨୦ତାରିଖରୁ ଏପ୍ରିଲ ୧୯ ତାରିଖ […]

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଶିକ୍ଷାର ମାନ ବୃଦ୍ଧି କରିବାକୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି। ଏହି କ୍ରମରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଆଉ ୭୮୬ ଅଧ୍ୟାପକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍‌‌ଏସ୍‌‌ବି) ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ।

ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ୨୦ତାରିଖରୁ ଏପ୍ରିଲ ୧୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସମୁଦାୟ ପଦବୀ ମଧ୍ୟରୁ ମାନବତତ୍ୱ ବିଭାଗରେ ୩୨ଟି, ରସାୟନ ବିଜ୍ଞାନରେ ୫୦ଟି, ବାଣିଜ୍ୟରେ ୪୬ଟି, ଅର୍ଥଶାସ୍ତ୍ରରେ ୫୬ଟି, ଶିକ୍ଷାରେ ୫୪ଟି, ଇଂରାଜୀରେ ୫୦ଟି, ଭୂଗୋଳରେ ୬ଟି, ହିନ୍ଦିରେ ୪ଟି ଓ ଇତିହାସରେ ୧୦୯ଟି ପଦବୀ ରହିଛି। ସେହିପରି ଗୃହ ବିଜ୍ଞାନରେ ୪ଟି, ଆଇଆର୍‌‌ପିଏମ୍‌‌ରେ ୧ଟି, ତର୍କ ଓ ଦର୍ଶନ ଶାସ୍ତ୍ରରେ ୩୨ଟି, ଗଣିତରେ ୩୩ଟି, ଓଡ଼ିଆରେ ୧୧୧ଟି, ପଦାର୍ଥ ବିଜ୍ଞାନରେ ୩୧ଟି, ରାଜନୀତି ବିଜ୍ଞାନରେ ୬୯ଟି, ମନୋବିଜ୍ଞାନରେ ୯ଟି, ସଂସ୍କୃତରେ ୪୧ଟି, ସମାଜ ବିଜ୍ଞାନରେ ୧୪ଟି, ତେଲୁଗୁରେ ୧ଟି ଏବଂ ପ୍ରାଣୀବିଜ୍ଞାନ ବିଭାଗରେ ୩୨ ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀମାନେ ଏସ୍‌‌ଏସ୍‌‌ବି ୱେବସାଇଟ୍‌‌ www.ssbodisha.ac.inରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଆବେଦନ କରିପାରିବେ।

About The Author: The Sakala