ଭୁବନେଶ୍ୱର: ରାଜ୍ୟର ୧୩ଟି ସରକାରୀ ବିଶ୍ୱବିଦ୍ୟାଳୟରେ ଭିସି (ଭାଇସ୍ ଚାନ୍ସେଲର) ନିଯୁକ୍ତି ପାଇଁ ଓଡ଼ିଶା ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “୦୧.୧୨.୨୦୨୫ (୦୨.୧୨.୧୯୫୯ କିମ୍ବା ତା’ପରେ ଜନ୍ମ) ଅନୁଯାୟୀ ୬୬ ବର୍ଷରୁ କମ୍ ବୟସର ଯୋଗ୍ୟ ଆବେଦନକାରୀଙ୍କଠାରୁ ଆବେଦନ ଗ୍ରହଣ କରାଯିବ”।
ଆବେଦନକାରୀଙ୍କ ପ୍ରମାଣିତ ଶିକ୍ଷାଗତ ଏବଂ ଆଡମିନିଷ୍ଟ୍ରେଟିଭ ଏକ୍ସଲେନ୍ସି, ପ୍ରତିଷ୍ଠିତ ଶିକ୍ଷାବିତ୍ ଏବଂ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବରେ ସର୍ବନିମ୍ନ ୧୦ ବର୍ଷର ଅଭିଜ୍ଞତା କିମ୍ବା ପ୍ରତିଷ୍ଠିତ ଗବେଷଣା କିମ୍ବା ଶିକ୍ଷାଗତ ସଂଗଠନରେ ସମକକ୍ଷ ପଦବୀରେ ୧୦ ବର୍ଷର ଅଭିଜ୍ଞତା ରହିଥିବ।
-ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
-ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ
-ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜାଦେଓ ବିଶ୍ୱବିଦ୍ୟାଳୟ
-ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର
-ଫକିର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର
-ଖଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର
-ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ
-ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
-ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗୀର
-ଧରଣୀଧର ବିଶ୍ୱବିଦ୍ୟାଳୟ, କେନ୍ଦୁଝର
-ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର
-ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, କଟକ
-ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି