ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ଲାଷ୍ଟିକ୍ ମନା

ଆଠଗଡ଼: ବାବା ଧବଳେଶ୍ଵରଙ୍କ ପୀଠରେ ଶ୍ରାବଣ ମାସର କାଉଡ଼ି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଚଳିତ ବର୍ଷ ବାବା ଧବଳେଶ୍ଵରଙ୍କ ପୀଠ ମଧ୍ୟକୁ ବାହୁଙ୍ଗି ମନା କରାଯାଇଛି। କଂକ୍ରିଟ ପୋଲ ପୁର୍ବରୁ ରଖିବେ ବାହୁଙ୍ଗି। ପୀଠକୁ ପ୍ଲାଷ୍ଟିକ୍ ଗଡୁକୁ ମଧ୍ୟ ବାରଣ କରାଯାଇଛି। ଏହି ବୈଠକ ଆଠଗଡ ତହସିଲଦାରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପୂଜକ ସମିତି, ପୁଲିସ ପ୍ରଶାସନ ସହ ସମସ୍ତ ପ୍ରଶାସନିକ ବିଭାଗ ଉପସ୍ଥିତ ଥିଲେ। ଚଳିତ ବର୍ଷ ଶ୍ରାବଣ ସୋମବାର […]

ଆଠଗଡ଼: ବାବା ଧବଳେଶ୍ଵରଙ୍କ ପୀଠରେ ଶ୍ରାବଣ ମାସର କାଉଡ଼ି ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଚଳିତ ବର୍ଷ ବାବା ଧବଳେଶ୍ଵରଙ୍କ ପୀଠ ମଧ୍ୟକୁ ବାହୁଙ୍ଗି ମନା କରାଯାଇଛି। କଂକ୍ରିଟ ପୋଲ ପୁର୍ବରୁ ରଖିବେ ବାହୁଙ୍ଗି। ପୀଠକୁ ପ୍ଲାଷ୍ଟିକ୍ ଗଡୁକୁ ମଧ୍ୟ ବାରଣ କରାଯାଇଛି। ଏହି ବୈଠକ ଆଠଗଡ ତହସିଲଦାରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପୂଜକ ସମିତି, ପୁଲିସ ପ୍ରଶାସନ ସହ ସମସ୍ତ ପ୍ରଶାସନିକ ବିଭାଗ ଉପସ୍ଥିତ ଥିଲେ। ଚଳିତ ବର୍ଷ ଶ୍ରାବଣ ସୋମବାର ପାଞ୍ଚ ପାଳିରେ ଜଳାଭିଷେକ ହେବ ବୋଲି ପୂଜକ ସମିତି ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala