ମାତୃଭାଷା ପ୍ରତି ଆଗ୍ରହ ବଢାଇବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ; ଏଣିକି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବନି କୌଣସି ଫି’

ଭୁବନେଶ୍ୱର: ଦିନକୁ ଦିନ ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଓଡିଆ ଭାଷା ପ୍ରତି ଥିବା ଆଗ୍ରହ ଧୀରେ ଧୀରେ କମି କମି ଯାଉଛି । ଆଉ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ। ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । ମାତୃଭାଷା ପ୍ରତି ମମତା ବଢାଇବାକୁ ରାଜ୍ୟସରକାରଙ୍କ […]

ଭୁବନେଶ୍ୱର: ଦିନକୁ ଦିନ ଇଂରାଜୀ ଭାଷା ପ୍ରତି ଆମ ଭିତରେ ଦୁର୍ବଳତା ବଢ଼ି ବଢ଼ି ଚାଲିଥିବାବେଳେ, ଓଡିଆ ଭାଷା ପ୍ରତି ଥିବା ଆଗ୍ରହ ଧୀରେ ଧୀରେ କମି କମି ଯାଉଛି । ଆଉ ଏବେ ଓଡିଆ ଭାଷା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ରାଜ୍ୟ ସରକାର ନେଇଛନ୍ତି ଐତିହାସିକ ପଦକ୍ଷେପ। ନିଷ୍ପତ୍ତି ଅନୁସାରେ ଏଣିକି ଯୁକ୍ତ ତିନି ଓଡିଆ ଅନର୍ସ ପିଲାଙ୍କୁ ଦେବାକୁ ପଡିବ ନାହିଁ କୌଣସି ଫି । ମାତୃଭାଷା ପ୍ରତି ମମତା ବଢାଇବାକୁ ରାଜ୍ୟସରକାରଙ୍କ ବଡ଼ ନିଷ୍ପତ୍ତି। କେବଳ ହଷ୍ଟେଲ ଫି ଦେଇ ସେମାନେ ପାଠ ପଢିପାରିବେ । ଏ ନେଇ ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ ଏବଂ ସ୍ୱଂୟଶାସିତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

କଲେଜ ଉନ୍ନୟନ ପାଣ୍ଠିରୁ ଅନ୍ୟ ସମସ୍ତ ଫି’ ଭରଣ କରାଯିବ। ସରକାରୀ ଡିଗ୍ରୀ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି। କିଛି ଶିକ୍ଷାନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ଫି’ ଛାଡ କରାଯାଇଛି। ସାର୍ଟିଫିକେଟ ଏବଂ ମାର୍କସିଟ୍ ପାଇଁ ଆବଶ୍ୟକ ହେଉଥିବା ଫି’ ମଧ୍ୟ ଛାଡ଼ କରାଯାଇଛି। ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଭାଷାବିତ୍।। ଏହାକୁ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସହ ଭାଷାବିତ୍ ସ୍ବାଗତ କରିଛନ୍ତି।

About The Author: The Sakala