ଏନଏମ୍‌ ଇଷ୍ଟିଟ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ‘ସ୍ବଚ୍ଛତା ହିଁ ସେବା ଅଭିଯାନ’ରେ ଏକ ଘଣ୍ଟା ପାଇଁ ଶ୍ରମଦାନ 

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱର ସ୍ଥିତ ଏନଏମ୍‌ ଇଷ୍ଟିଟ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଏକ ଘଣ୍ଟା ପାଇଁ ସ୍ୱଚ୍ଛତା ହିଁ ସେବାରେ ଶ୍ରମଦାନ ଅଭିଯାନ ଅନୁଷ୍ଠିତ ହୋଇଛି । ସଂସ୍ଥାନର ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଅନ୍ୟ କର୍ମଚାରୀ ଡୁମଡୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଫେଇ ଅଭିଯାନ କରିଥିଲେ । ଏଥିରେ କର୍ପୋରେଟର ସକିବା ମୁସରତ୍‌ ମଧ୍ୟ ସାମିଲ ହୋଇଥିଲେ । ଏହି ଅବସରରେ ସଂସ୍ଥାନର […]

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱର ସ୍ଥିତ ଏନଏମ୍‌ ଇଷ୍ଟିଟ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ପକ୍ଷରୁ ଏକ ଘଣ୍ଟା ପାଇଁ ସ୍ୱଚ୍ଛତା ହିଁ ସେବାରେ ଶ୍ରମଦାନ ଅଭିଯାନ ଅନୁଷ୍ଠିତ ହୋଇଛି । ସଂସ୍ଥାନର ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଅନ୍ୟ କର୍ମଚାରୀ ଡୁମଡୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସଫେଇ ଅଭିଯାନ କରିଥିଲେ । ଏଥିରେ କର୍ପୋରେଟର ସକିବା ମୁସରତ୍‌ ମଧ୍ୟ ସାମିଲ ହୋଇଥିଲେ ।

ଏହି ଅବସରରେ ସଂସ୍ଥାନର ଜନ ସଂପର୍କ ବିଭାଗର ନିର୍ଦେଶିକା ଶିଳ୍ପା ପରିଡା ଏହି ପଦକ୍ଷପେ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଏହି ଅଭିଯାନରେ ଶିକ୍ଷାନୁଷ୍ଠାନ ଗୁଡିକ ସାମିଲ ହେବା ଦ୍ୱାରା ଛାତ୍ରଛାତ୍ରୀମାନେ ଅଧିକ ଦାୟିତ୍ୱବାନ ହେବେ ଏବଂ ସ୍ୱଚ୍ଛତା ପ୍ରତି ସଚେତନ ହେବେ । ଏହା ତାଙ୍କୁ ଉତ୍ତମ ନାଗରିକ କରି ଗଢି ତୋଳିବାରେ ସହାୟକ ହେବ । ସୂଚନା ଅନୁସାରେ ଆସନ୍ତାକାଲି ଗାନ୍ଧି ଜୟନ୍ତୀ ଅବସରରେ ସଂସ୍ଥାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱଚ୍ଛତାକୁ ନେଇ ଏକ ସଚେତନତାଧର୍ମୀ ନାଟକ ପରିବେଷଣ କରାଯିବ ।

About The Author: The Sakala