ଭୁବନେଶ୍ୱର: ୨୦୧୧ଠାରୁ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢ଼ିଛି । ୨୦୧୧ ରୁ ୨୦୨୦ ପର୍ଯ୍ଯନ୍ତ ଓଡ଼ିଶାର ମୁଣ୍ଡପିଛା ଆୟ ଦେଶର ଆୟର ତୁଳନାରେ ଅଧିକ । ଏକଥା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକଥା କହିଛନ୍ତି ରାଜୀବ କୁମାର ।
ସେ କହିଛନ୍ତି ଯେ, ଓଡ଼ିଶାରେ ଖଣି, ପର୍ୟ୍ୟଟନ ଓ କୃଷି କ୍ଷେତ୍ରରେ ଅନେକ କାମ ହୋଇପାରିବ । ରାଜ୍ୟରେ ଭରପୂର ଖଣିଜ ପଦାର୍ଥ ମହଜୁଦ୍ ରହିଛି । ତାହା କିପରି ଅଧିକ ବଢିପାରିବ ଓ ଅଧିକ ସଦୁପୋଯୋଗ ନେଇ ମଧ୍ୟ ଆଲୋଚନା ହେବ । ଏହା ସହ ଓଡି
ରାଜ୍ଯସରକାରଙ୍କ ପକ୍ଷରୁ ବିଶେଷକରି ଓଡ଼ିଶାକୁ ଫୋକସ ଷ୍ଟେଟ୍ର ମାନ୍ୟତା ଦେବା ପାଇଁ ଜୋରଦାର ଦାବି କରାଯିବ । ଗତ ୧୧ ବର୍ଷରେ ରାଜ୍ୟ ଦେଖିଛି ୧୦ଟି ବାତ୍ୟା, ୩ଟି ମରୁଡ଼ି, ଗୋଟିଏ ଅଦିନିଆ ବାତ୍ୟା ଜନିତ ବୃଷ୍ଟିପାତ, ୨ଟି ପ୍ରଳୟଙ୍କରୀ ବନ୍ୟା । ସବୁ ପ୍ରାକୃତିକ ବିପର୍ୟ୍ୟୟକୁ ସଫଳତାର ସହ ନିଜ ଦମରେ ମୁକାବିଲା କରିଛି ରାଜ୍ୟ । ରାଜ୍ୟର ମୁକାବିଲା ପ୍ଲାନକୁ ସାରା ବିଶ୍ବ ମଧ୍ୟ ପ୍ରଶଂସା କରିଛି । ପ୍ରତିବର୍ଷ ପ୍ରାକୃତିକ ବିପର୍ୟ୍ୟୟ ମାଡରେ ରାଜ୍ୟ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଉଛି । ତେଣୁ ଓଡ଼ିଶାକୁ ଫୋକସ ଷ୍ଟେଟ୍ର ମାନ୍ୟତା ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପାଖରେ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ସଂସଦର ଉଭୟ ଗୃହରେ ବିଜେଡି ସାଂସଦ ମାନେ ମଧ୍ୟ ଦାବି କରିଛନ୍ତି । ତଥାପି ରାଜ୍ୟ ପ୍ରତି ଅବହେଲା ଜାରି ରଖିଛନ୍ତି କେନ୍ଦ୍ର ସରକାର ।