ଭିଜିଲାନ୍ସ ଜାଲରେ ଏଆରଆଇ, ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। ୧୨ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ । ଟଙ୍କା ନେଲାବେଳେ କେନ୍ଦ୍ରାପଡା ଜିଲ୍ଲା ଡେରାବିସ ତହସିଲ ନିକିରାଇ ଏଆରଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଜମିର କିସମ ପରିବର୍ତ୍ତନ ପାଇଁ ଶ୍ରୀନାଥ ମଲ୍ଲିକ ଠାରୁ ନେଉଥିଲେ ୧୨ ହଜାର ଟଙ୍କା।  ଲାଞ୍ଚ ନେବା ବେଳେ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ଏବେ ଏଆରଆଇ ଅଭିମନ୍ୟୁ ବେହେରାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଟିମ୍ । ଏବେ ୨ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ । ଏଆରଆଇଙ୍କ ପୈତୃକ ଘର ଆଳି, ବାସଭବନ ଗରାପୁର, ଅଫିସରେ ଚାଲିଛି ରେଡ।

About The Author: Madhusudan Das