ଖସୁଛି ପାରଦ, ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ରାଜ୍ୟର ୪ଟି ସହରର ରାତି ତାପମାତ୍ରା

ଭୁବନେଶ୍ୱର: ଓଡ଼ିଶାକୁ ଛୁଇଁଛି ପହିଲି ଶୀତ । ପାରଦ ଖସିବା ସହ ଧୀରେ ଧୀରେ ବଢୁଛି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୪ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ୧୩ ଡିଗ୍ରୀ ସହ ଫୁଲବାଣୀ ଓ ଜି. ଉଦୟଗିରି ସବୁଠୁ ଥଣ୍ଡା ସ୍ଥାନ […]

ଭୁବନେଶ୍ୱର: ଓଡ଼ିଶାକୁ ଛୁଇଁଛି ପହିଲି ଶୀତ । ପାରଦ ଖସିବା ସହ ଧୀରେ ଧୀରେ ବଢୁଛି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୪ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ୧୩ ଡିଗ୍ରୀ ସହ ଫୁଲବାଣୀ ଓ ଜି. ଉଦୟଗିରି ସବୁଠୁ ଥଣ୍ଡା ସ୍ଥାନ ହୋଇଛନ୍ତି। କୋରାପୁଟରେ ୧୩.୮ ଓ ଦାରିଙ୍ଗବାଡ଼ି ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚଳିତ ସିଜନରେ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ରାତି ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିଛି । ଭୁବନେଶ୍ୱରରେ ତାପମାତ୍ରା ୧୯.୭ ଓ କଟକରେ ୨୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

About The Author: The Sakala