ଓଡ଼ିଆରେ ରାଜ୍ୟସଭା ସାଂସଦ ଭାବରେ ଶପଥନେଲେ ମାନସ ମଙ୍ଗରାଜ ଓ ସୁଲତା ଦେଓ

ଭୁବନେଶ୍ବର: ଆଜି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି। ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭା ପରିସରରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଓଡିଆରେ ଶପଥ ନେଇଛନ୍ତି ଉଭୟ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ। ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ଭାବେ କାର୍ଯ୍ଯ କରୁଥିଲେ । ପରେ ବିଜେଡି […]

ଭୁବନେଶ୍ବର: ଆଜି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି। ବିଜେଡି ଟିକଟରେ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭା ପରିସରରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି। ଓଡିଆରେ ଶପଥ ନେଇଛନ୍ତି ଉଭୟ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓ।

ମାନସ ମଙ୍ଗରାଜ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ଭାବେ କାର୍ଯ୍ଯ କରୁଥିଲେ । ପରେ ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା । ଶ୍ରୀ ମଙ୍ଗରାଜ ଏବଂ ଶ୍ରୀମତୀ ଦେଓ ପ୍ରଥମ ଥର ପାଇଁ ରାଜ୍ୟସଭା ଯାଇଥିବା ବେଳେ ଅନ୍ୟତମ ପ୍ରାର୍ଥୀ ଭାବେ ଡ଼ ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ଯାଇଛନ୍ତି।

ଏହା ପୂର୍ବରୁ ସିଏମ୍‍ସି ମେୟର ନିର୍ବାଚନ ପାଇଁ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ସୁବାସ ସିଂହଙ୍କ ସ୍ଥାନରେ ନିର୍ବାଚିତ ହୋଇଥିବା ନିରଞ୍ଜନ ବିଶି ଶପଥ ଗ୍ରହଣ କରି ସାରିଛନ୍ତି।

About The Author: The Sakala