ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହ ହେବ ପଶୁପକ୍ଷୀ ଅଦଳବଦଳ

ଭୁବନେଶ୍ବର: ନନ୍ଦନକାନନକୁ ଆସିବେ ନୂଆ ଅତିଥି। କରାଯିବ ପଶୁପକ୍ଷୀ ଅଦଳବଦଳ। ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ। ସେଣ୍ଟ୍ରାଲ ଜୁ ଅଥରିଟି, ନୂଆଦିଲ୍ଲୀ ଏହାକୁ ଅନୁମୋଦନ କରିଛି। ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ବାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ଼ ଆଡଜୁଟାଣ୍ଟ ଷ୍ଟର୍କ ଅଣାଯିବ। ଫଳରେ ପଶୁ ସଂଗ୍ରହରେ ୨ ନୂଆ ପ୍ରଜାତି ସାମିଲ ହେବେ। ବଦଳରେ ନନ୍ଦନକାନନ ଦେବ ୨ଟି ପେଣ୍ଟେଡ ଷ୍ଟର୍କ, ୧ଟି […]

ଭୁବନେଶ୍ବର: ନନ୍ଦନକାନନକୁ ଆସିବେ ନୂଆ ଅତିଥି। କରାଯିବ ପଶୁପକ୍ଷୀ ଅଦଳବଦଳ। ଆସାମ ଷ୍ଟେଟ ଜୁ ବଟାନିକାଲ ଗାର୍ଡେନ ସହିତ ପଶୁପକ୍ଷୀ ଅଦଳବଦଳ କରାଯିବ। ସେଣ୍ଟ୍ରାଲ ଜୁ ଅଥରିଟି, ନୂଆଦିଲ୍ଲୀ ଏହାକୁ ଅନୁମୋଦନ କରିଛି। ୨ଟି ଗାଙ୍ଗେୟ ସଫ୍ଟସେଲ କଇଁଛ, ୨ଟି ଗ୍ରେଟ ହ୍ବାଇଟ ପେଲିକାନ, ୨ଟି ହିମାଲୟନ ଶାଗୁଣା, ୨ଟି ବଡ଼ ଆଡଜୁଟାଣ୍ଟ ଷ୍ଟର୍କ ଅଣାଯିବ।

ଫଳରେ ପଶୁ ସଂଗ୍ରହରେ ୨ ନୂଆ ପ୍ରଜାତି ସାମିଲ ହେବେ। ବଦଳରେ ନନ୍ଦନକାନନ ଦେବ ୨ଟି ପେଣ୍ଟେଡ ଷ୍ଟର୍କ, ୧ଟି ମଣ୍ଡାରିନ ବତକ, ୨ଟି ସ୍ପଟ ବିଲ୍ଡ ପେଲିକାନ , ବ୍ଲାକ ବକ୍ , ୧୦ଟି ବ୍ୟାକ୍ ହେଡେଡ୍ ଇବିସ । ଏଥିପାଇଁ ଏକ ୫ ଜଣିଆ ଟିମ୍ ଆଜି ଆସାମ ଯାଉଛନ୍ତି । ୨୧ ମାର୍ଚ୍ଚ ସୁଦ୍ଧା ସମସ୍ତ ପ୍ରାଣୀ ନନ୍ଦନକାନନରେ ପହଞ୍ଚିଯିବେ । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ଚତୁର୍ଥ ଥର ଲାଗି ଏହି ପ୍ରାଣୀ ବିନମୟ କରାଯାଇଛି ।

About The Author: The Sakala