ବିଧିବଦ୍ଧ ଭାବେ ଟାଟା ହାତକୁ ଗଲା ଯାଜପୁର କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ କାରଖାନା

ଭୁବନେଶ୍ୱର: ଖୁବଶୀଘ୍ର ପୁନଃ କାର୍ଯ୍ଯକ୍ଷମ ହେବ ନୀଳାଚଳ ଇସ୍ପାତ କାରଖାନା। ବିଧିବଦ୍ଧ ଭାବେ ଟାଟା କମ୍ପାନୀ ହାତକୁ  ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ କାରଖାନା ଯାଇଛି। ୧୨ ହଜାର ୧୦୦ କୋଟି ଟଙ୍କାରେ କାରଖାନାକୁ ଟାଟା କମ୍ପାନୀ କିଣିଲା। ଶ୍ରମିକଙ୍କ ବକେୟା ପାଉଣା ବାବଦକୁ ପ୍ରଦାନ କରାଯାଇଛି ୩୮୦ କୋଟି ଟଙ୍କା । ୧୦ ମିଲିଅନ ଟନକୁ ବଢ଼ିବ କାରଖାନାର ଉତ୍ପାଦନ କ୍ଷମତା । ୮ ବର୍ଷରେ ୮୦ ହଜାର କୋଟି ଟଙ୍କା ବିନିଯୋଗ […]

ଭୁବନେଶ୍ୱର: ଖୁବଶୀଘ୍ର ପୁନଃ କାର୍ଯ୍ଯକ୍ଷମ ହେବ ନୀଳାଚଳ ଇସ୍ପାତ କାରଖାନା। ବିଧିବଦ୍ଧ ଭାବେ ଟାଟା କମ୍ପାନୀ ହାତକୁ  ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ କାରଖାନା ଯାଇଛି। ୧୨ ହଜାର ୧୦୦ କୋଟି ଟଙ୍କାରେ କାରଖାନାକୁ ଟାଟା କମ୍ପାନୀ କିଣିଲା। ଶ୍ରମିକଙ୍କ ବକେୟା ପାଉଣା ବାବଦକୁ ପ୍ରଦାନ କରାଯାଇଛି ୩୮୦ କୋଟି ଟଙ୍କା ।

୧୦ ମିଲିଅନ ଟନକୁ ବଢ଼ିବ କାରଖାନାର ଉତ୍ପାଦନ କ୍ଷମତା । ୮ ବର୍ଷରେ ୮୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି ଟାଟା କମ୍ପାନୀ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ୩୦ ମିଲିଅନ ଟନକୁ ବଢିବ ଇସ୍ପାତ ଉତ୍ପାଦନ କ୍ଷମତା । କଳିଙ୍ଗନଗରରେ ୩୦୦ ଏକର ଜାଗାରେ ଷ୍ଟିଲ ଡାଉନ ଷ୍ଟ୍ରିମ ପାର୍କ ପ୍ରତିଷ୍ଠା କରାଯିବ। ପୂର୍ବରୁ ଯେଉଁ ଶ୍ରମିକ ମାନଙ୍କ ବକେୟା ରହିଛି ସେମାନଙ୍କୁ ମଧ୍ୟ ଭରଣ କରାଯିବ । ଯେଉଁଥିପାଇଁ ୩୮୦ କୋଟି ଟଙ୍କା ଅଟକଳ ରଖାଯାଇଛି ।

About The Author: The Sakala