ସନ୍ଦେହ ଜନକ ଅବସ୍ଥାରେ ମା’ ଓ ୩ ବର୍ଷ ପୁଅର ମୃତ୍ୟୁ

ନୟାଗଡ଼: ନୟାଗଡ଼ ବ୍ଲକ ଅନ୍ତର୍ଗତ ଶଙ୍ଖେଇ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ମା’ ଓ ୩ବର୍ଷ ପୁଅଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ଯନ୍ତ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବାରୁ ଉକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାନୁସାରେ, ଶଙ୍ଖେଇ ଗ୍ରାମର ପ୍ରଶନ୍ନ କୁମାର ସାହୁ, ପତ୍ନୀ ମିଲିମଣି ସାହୁ ଓ ୩ ବର୍ଷର ପୁତ୍ର ଆୟୁଷ୍ମାନ ସାହୁ ନେଇ ପରିବାର ଚଳେ । ଗତ ୪ ଦିନ ପୂର୍ବରୁ ପ୍ରଶନ୍ନ କୁମାର ସାହୁ […]

ନୟାଗଡ଼: ନୟାଗଡ଼ ବ୍ଲକ ଅନ୍ତର୍ଗତ ଶଙ୍ଖେଇ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ମା’ ଓ ୩ବର୍ଷ ପୁଅଙ୍କର ମୃତ୍ୟୁ ଘଟିଛି। ଏପର୍ଯ୍ଯନ୍ତ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବାରୁ ଉକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାନୁସାରେ, ଶଙ୍ଖେଇ ଗ୍ରାମର ପ୍ରଶନ୍ନ କୁମାର ସାହୁ, ପତ୍ନୀ ମିଲିମଣି ସାହୁ ଓ ୩ ବର୍ଷର ପୁତ୍ର ଆୟୁଷ୍ମାନ ସାହୁ ନେଇ ପରିବାର ଚଳେ । ଗତ ୪ ଦିନ ପୂର୍ବରୁ ପ୍ରଶନ୍ନ କୁମାର ସାହୁ ଗ୍ରାମରେ ରହୁ ନ ଥିଲେ। ଆଜି ସକାଳୁ ହଠାତ ପୁଅ ଆୟୁଷ୍ମାନ ସାହୁ ଓ ମିଲିମଣି ସାହୁଙ୍କର ମୃତ ଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲ । ଯାହାକୁ ନେଇ ଉକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। କେଉଁ ପରିସ୍ଥିତିରେ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଲା ଏହା ସମସ୍ତଙ୍କୁ ଚକିତ କରିଛି। ସୁତ୍ରରୁ ମିଳିଥିବା ସୂଚନାନୁସାରେ କିଛି ଆପତ୍ତି ଜନକ ଜିନିଷ ଖଟ ତଳୁ ମିଳିଛି। ଯାହାକୁ ନେଇ ସନ୍ଦେହ ଘନିଭୁତ ହେବାରେ ଲାଗିଛି। ପୁଲିସର କାର୍ଯ୍ଯ କାରିତାକୁ ନେଇ ପ୍ରଶ୍ନ ଉଠୁଛି। କେଉଁ ପରିସ୍ଥିତିରେ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଲା ସନ୍ଦେହ ଘନିଭୁତ ହୋଇଛି।

About The Author: The Sakala