ନୟାଗଡ: ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅଧୀନ ଭାଲୁଖାଇ ଗ୍ରାମରେ ବଜ୍ରପାତରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ମୃତ ଛାତ୍ର ଜଣକ ନରେଶ ନାୟକଙ୍କର ପୁଅ ସର୍ବେଶ୍ଵର ନାୟକ (୧୦)। ସେହିପରି ଆହତ ଦୁଇ ୨ଜଣ ହେଲେ ସେହି ଗ୍ରାମର ପତିତ ନାୟକ (୪୨) ଏବଂ କାଳନ୍ଦି ନାୟକଙ୍କର ପୁଅ ଚନ୍ଦନ ନାୟକ (୧୨)। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଗ୍ରାମରେ ଜେସିବି ଯୋଗେ ଏକ ପୋଖରୀ ଖୋଳା ହେଉଥିବା ବେଳେ ସେଠାରେ ବହୁଲୋକ ଜମା ହୋଇଥିଲେ। ତେବେ ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହଠାତ ବଜ୍ରପାତ ସହିତ ପ୍ରବଳ ବର୍ଷା ଯୋଗୁଁ ଗୋଟିଏ ଗଛ ମୂଳରେ ସମସ୍ତେ ଆଶ୍ରୟ ନେଇଥିଲେ। ଏହି ସମୟରେ ଅକସ୍ମାତ ବଜ୍ରାଘାତ ଯୋଗୁଁ ସର୍ବେଶ୍ଵର ଟଳି ପଡିଥିବା ବେଳେ ଅନ୍ୟମାନେ ଆହତ ହୋଇଥିବା ନେଇ ସୂଚନା ମିଳିଛି। ପରିବାର ଲୋକେ ସର୍ବେଶ୍ଵରଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଗୁରୁତର ଆହତ ଅନ୍ୟ ଦୁଇ ଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି।
ବଜ୍ରାଘାତରେ ଜଣେ ଛାତ୍ର ମୃତ, ୨ ଗୁରୁତର
ନୟାଗଡ: ନୟାଗଡ ଜିଲ୍ଲା ଫତେଗଡ଼ ଥାନା ଅଧୀନ ଭାଲୁଖାଇ ଗ୍ରାମରେ ବଜ୍ରପାତରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୁଚନା ମିଳିଛି। ମୃତ ଛାତ୍ର ଜଣକ ନରେଶ ନାୟକଙ୍କର ପୁଅ ସର୍ବେଶ୍ଵର ନାୟକ (୧୦)। ସେହିପରି ଆହତ ଦୁଇ ୨ଜଣ ହେଲେ ସେହି ଗ୍ରାମର ପତିତ ନାୟକ (୪୨) ଏବଂ କାଳନ୍ଦି ନାୟକଙ୍କର ପୁଅ ଚନ୍ଦନ ନାୟକ (୧୨)। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ଗ୍ରାମରେ ଜେସିବି ଯୋଗେ ଏକ ପୋଖରୀ ଖୋଳା ହେଉଥିବା ବେଳେ ସେଠାରେ ବହୁଲୋକ […]