ପାରିବାରିକ କଳହର କରୁଣ ପରିଣତି, ଟଙ୍କା ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ !

ନୟାଗଡ଼: ପାରିବାରିକ କଳହର କରୁଣ ପରିଣତି। ଟଙ୍କା ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜଣକ ହେଲେ ପଦ୍ମିନୀ ପ୍ରଧାନ। ସେ ଶିକ୍ଷୟିତ୍ରୀ ଭାବେ ଓଡଗାଁ ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଟଙ୍କା କାରବାରକୁ ନେଇ ପତ୍ନୀଙ୍କୁ ସ୍ୱାମୀ, ଦିଅର ଏବଂ ଶାଶୁଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଦୀର୍ଘ ଦିନ ଧରି […]

ନୟାଗଡ଼: ପାରିବାରିକ କଳହର କରୁଣ ପରିଣତି। ଟଙ୍କା ପାଇଁ ବୋହୂକୁ ପିଟିପିଟି ମାରିଦେଲେ ଶାଶୁଘର ଲୋକେ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜଣକ ହେଲେ ପଦ୍ମିନୀ ପ୍ରଧାନ। ସେ ଶିକ୍ଷୟିତ୍ରୀ ଭାବେ ଓଡଗାଁ ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ଟଙ୍କା କାରବାରକୁ ନେଇ ପତ୍ନୀଙ୍କୁ ସ୍ୱାମୀ, ଦିଅର ଏବଂ ଶାଶୁଘର ଲୋକେ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା । ହେଲେ ବିଳମ୍ବିତ ରାତିରେ ସ୍ୱାମୀ ତପନ ସ୍ୱାଇଁଙ୍କ ସମେତ ଶାଶୁଘର ଲୋକେ ତାଙ୍କୁ ପିଟିପିଟି ହତ୍ୟା କରି ଘରେ ପକାଇ ଦେଇଥିବା ବାପଘର ଲୋକେ ଇଟାମାଟି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରାଯିବ ବୋଲି ପୁଲିସ କହିଛି। ସେପଟେ ସ୍ୱାମୀକୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟମାନେ ଫେରାର ଥିବା ଜଣାପଡିଛି।

About The Author: The Sakala