ସ୍ତ୍ରୀର ଅଧା ଜିଭକୁ କାମୁଡି ଛିଣ୍ଡାଇ ଦେଲା ସ୍ୱାମୀ, ଅଭିଯୁକ୍ତ ସ୍ବାମୀକୁ ବନ୍ଧିଲା ପୁଲିସ

ନୟାଗଡ଼ : ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ନରହନ୍ତା ସ୍ୱାମୀ ନିଜ ସ୍ତ୍ରୀର କାମୁଡି କରି ଅଧା ଜିଭକୁ ଛିଣ୍ଡାଇଦେଲା । ସୁଚନାନୁସାରେ ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ା ଗ୍ରାମର ଗଦାଧର ପରିଡା ନୟାଗଡ଼ ବ୍ଲକ ଆଙ୍କୁଲାଇ ପାଟଣାର ରଞ୍ଜିତା ପରିଡ଼ାକୁ ବିବାହ କରିଥିଲେ । ୧୬ ମସିହାରେ ଗଦାଧର ପରିଡା ଏକ ଗଞ୍ଜେଇ କେଶରେ ଜେଲ ଯାଇଥିଲେ । ସେ ଯାମିନରେ ଆସିବା ପାଇଁ ତାଙ୍କ ସ୍ତ୍ରୀ ଓ ବାପା […]

ନୟାଗଡ଼ : ନୟାଗଡ଼ ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଘଟଣ । ନରହନ୍ତା ସ୍ୱାମୀ ନିଜ ସ୍ତ୍ରୀର କାମୁଡି କରି ଅଧା ଜିଭକୁ ଛିଣ୍ଡାଇଦେଲା । ସୁଚନାନୁସାରେ ଶରଣକୁଳ ଥାନା ଅନ୍ତର୍ଗତ ବଡ଼ଗୋରଡ଼ା ଗ୍ରାମର ଗଦାଧର ପରିଡା ନୟାଗଡ଼ ବ୍ଲକ ଆଙ୍କୁଲାଇ ପାଟଣାର ରଞ୍ଜିତା ପରିଡ଼ାକୁ ବିବାହ କରିଥିଲେ । ୧୬ ମସିହାରେ ଗଦାଧର ପରିଡା ଏକ ଗଞ୍ଜେଇ କେଶରେ ଜେଲ ଯାଇଥିଲେ । ସେ ଯାମିନରେ ଆସିବା ପାଇଁ ତାଙ୍କ ସ୍ତ୍ରୀ ଓ ବାପା ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ଗଦାଧର ଜାମିନିରେ ଆସିବା ପରେ ସଦାବେଳେ ତାଙ୍କ ସ୍ତ୍ରୀ ଉପରେ ଆକ୍ରମଣ କରନ୍ତି । ଏହି ସମସ୍ତ ବିଷୟ ରଞ୍ଜିତା ତାଙ୍କ ଶ୍ବଶୁରଙ୍କୁ ଗୁହାରି କଲେ ମଧ୍ୟ କିଛି ଫରକ ପଡେ ନାହିଁ । ରଞ୍ଜିତାଙ୍କ ଶଶୁର ତାଙ୍କ ବାପ ଘରେ କିଛି ଦିନ ରହି ଆସିବା ପାଇଁ ପରାମର୍ଶ ଦେଇଥିଲେ ।

ପରାମର୍ଶ ମୁତାବକ ରଞ୍ଜିତା ନିଜ ବାପ ଘର ଆଙ୍କୁଲାଇ ପାଟଣାରେ ରହିଥିଲେ । ରଞ୍ଜିତାଙ୍କ ସରଳତା ସୁଯୋଗ ନେଇ ଗଦାଧର ତାଙ୍କୁ ନିଜ ଗ୍ରାମକୁ ନେବା ପାଇଁ ନିବେଦନ କରିଥିଲେ । ଏହା ପରେ ରଞ୍ଜିତା ତାଙ୍କ କଥାରେ ବିଶ୍ୱାସ କରି ସ୍କୁଟର ଯୋଗେ ନୟାଗଡ଼ରେ ପହଞ୍ଚିଥିଲେ । ରଞ୍ଜିତାଙ୍କୁ ବିଶ୍ୱାସ ଜନ୍ମେଇ ବାଟରେ ଥଣ୍ଡା ପିଇବାକୁ ଦେଇଥିଲେ ଏବଂ ଡିଆଁପଡାରେ ଜଣେ ଗଞ୍ଜେଇ ପଇସା ଦେବ ବୋଲି କହି ତାଙ୍କୁ ଡିଆଁପଡା ଆଣିଥିଲେ । ଡିଆଁପଡାର ଏକ ଜଙ୍ଗଲି ରାସ୍ତାରେ ପରିଶ୍ରା ବାହାନା କରି ଗଦାଧର ଗାଡି ରଖିଥିଲେ । କେହି ଲୋକ ନଥିବାର ସୁଯୋଗ ଦେଖି ରଞ୍ଜିତାଙ୍କୁ ମାଡ଼ ଦେବା ସହ ତାଙ୍କ ତଣ୍ଟି ଚିପିବା ସହ ରଞ୍ଜିତାଙ୍କର ଅଧା ଜିଭକୁ କାମୁଡି ଛିଡାଇ ଦେଇଥିଲେ । ଲୋକମାନେ ଆସିବାରୁ ଗଦାଧର ସେଠାରୁ ପଳାଇ ଯାଇଥିଲେ । ରଞ୍ଜିତା ଟାଉନ ଥାନାରେ ଅଭିଯୋଗ କରିଥିଲେ । ଟାଉନ ଥାନା ପକ୍ଷରୁ ୩୧୧/୨୦୨୩ ରେ ମାମଲା ରୁଜୁ କରି ଗଦାଧରକୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟ ଫରୁୱାର୍ଡ କରାଯାଇଛି ।

 

About The Author: The Sakala