ସଲମାନଙ୍କୁ ଅଟକାଇ ଚର୍ଚ୍ଚାରେ ନୟାଗଡ଼ର ସିଆଇଏସ୍‍ଏଫ୍‍ ଯବାନ; ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ

ନୟାଗଡ଼: ମୁମ୍ବାଇ ବିମାନବନ୍ଦରରେ ଭାଇଜାନ୍‍ଙ୍କୁ ଅଟକାଇ ଦେଲେ ନୟାଗଡ଼଼ ଯୁବକ। ‘ଟାଇଗର ୩’ର ସୁଟିଂ ପାଇଁ ଯାଉଥିବା ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କୁ ବିମାନବନ୍ଦର ଯାଞ୍ଚ୍‍ ପାଇଁ ଅଟକାଇ ଚର୍ଚ୍ଚାକୁ ଆସିଥିବା ଏହି ସିଆଇଏସ୍‍ଏଫ୍‍ ଯବାନ ହେଉଛନ୍ତି ନୟାଗଡ଼ ସଦର ବ୍ଲକ ଘଣ୍ଟସାହିର ରାଜକିଶୋର ମହାନ୍ତିଙ୍କ ପୁଅ ସୋମନାଥ ମହାନ୍ତି।   View this post on Instagram   A post shared by Viral Bhayani (@viralbhayani) ଗତ ୧୯ ତାରିଖ ରାତିରେ […]

ନୟାଗଡ଼: ମୁମ୍ବାଇ ବିମାନବନ୍ଦରରେ ଭାଇଜାନ୍‍ଙ୍କୁ ଅଟକାଇ ଦେଲେ ନୟାଗଡ଼଼ ଯୁବକ। ‘ଟାଇଗର ୩’ର ସୁଟିଂ ପାଇଁ ଯାଉଥିବା ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କୁ ବିମାନବନ୍ଦର ଯାଞ୍ଚ୍‍ ପାଇଁ ଅଟକାଇ ଚର୍ଚ୍ଚାକୁ ଆସିଥିବା ଏହି ସିଆଇଏସ୍‍ଏଫ୍‍ ଯବାନ ହେଉଛନ୍ତି ନୟାଗଡ଼ ସଦର ବ୍ଲକ ଘଣ୍ଟସାହିର ରାଜକିଶୋର ମହାନ୍ତିଙ୍କ ପୁଅ ସୋମନାଥ ମହାନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ଗତ ୧୯ ତାରିଖ ରାତିରେ ସଲମାନ ଓ କ୍ୟାଟ୍ରିନା ଋଷିଆ ଯିବା ପାଇଁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ। ସାଧାରଣତଃ ସଲମାନ୍‍ଙ୍କୁ ପାଖରେ ପାଇ ଯେ କେହି ବି ତାଙ୍କ ସହ ଫଟୋ କିମ୍ବା ଅଟୋଗ୍ରାଫ୍‍ ନେବାକୁ ଚାହିଁବେ। ହେଲେ ସୋମନାଥ ତାଙ୍କର କର୍ତ୍ତବ୍ୟରୁ ବିଚ୍ୟୁତ ହୋଇନଥିଲେ। ସୋମନାଥ ଅଟକାଇବା ପରେ ସଲମାନ ବୁଝି ଯାଇଥିଲେ ଏହା ଏକ ସୁରକ୍ଷା ଯାଞ୍ଚ୍‍ ଓ ସେ ତୁରନ୍ତ ନିଜର ମାସ୍କ ବାହାର କରି ସୁରକ୍ଷା ଯାଞ୍ଚ୍‍ କରାଇଥିଲେ ଓ ପରମିଟ୍‍ଗୁଡ଼ିକୁ ଅନୁସରଣ କରିଥିଲେ। ଯାଞ୍ଚ୍‍ ପରେ ସେମାନେ ବିମାନବନ୍ଦରରେ ପ୍ରବେଶ କରିଥିଲେ। ସୋମନାଥ ବାଲୁଗାଁ ଚଣ୍ଡି ହାଇସ୍କୁଲରୁ ମାଟ୍ରିକ୍‍ ପାସ୍‍ କରିଥିଲେ। ନୟାଗଡ଼଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପାସ୍‍ କରିବା ପରେ ୨୦୧୮ରେ ସିଆଇଏସ୍‍ଏଫ୍‍ରେ ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍‍ ଭାଇରାଲ୍‍ ହେବାରେ ଲାଗିଛି। ସୋମନାଥଙ୍କ ବାପା ଜଣେ ରାଜମିସ୍ତ୍ରୀ। ଗରିବ ପରିବାରରୁ ଯାଇଥିବା ସୋମନାଥଙ୍କୁ ନେଇ ଆଜି ନୟାଗଡ଼଼ ଜିଲ୍ଲା ଚର୍ଚ୍ଚାକୁ ଆସିଛି।

About The Author: The Sakala