କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜରେ ବିଦ୍ୟୁତ ତାର ଲାଗି ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ ବିଭାଗର ୩ ଜଣଙ୍କ ନାଁରେ ମାମଲା ରୁଜୁ

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ନୟାଗଡ଼ ବିଟ ବସନ୍ତପୁରର ଯଦିପଦା ଠାରେ ୧୧ କେଭି ଉଚ୍ଚ ଶକ୍ତିସମ୍ପର୍ଣ୍ଣ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଥିବାବେଳେ ବିଦ୍ୟୁତ ବିଭାଗର ଜଣେ କନିଷ୍ଟଯନ୍ତ୍ରୀ ଏବଂ ୨ ଜଣ ଲାଇନ ମ୍ୟାନଙ୍କ ମାମଲା ରୁଜୁ ହୋଇଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି ସୂଚନା ଦେଇଛନ୍ତି। ଚମ୍ପୁଆ ବନ ବିଭାଗ ପକ୍ଷରୁ ସେମାନଙ୍କ ନାମରେ […]

କେନ୍ଦୁଝର: କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ନୟାଗଡ଼ ବିଟ ବସନ୍ତପୁରର ଯଦିପଦା ଠାରେ ୧୧ କେଭି ଉଚ୍ଚ ଶକ୍ତିସମ୍ପର୍ଣ୍ଣ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରିଥିବାବେଳେ ବିଦ୍ୟୁତ ବିଭାଗର ଜଣେ କନିଷ୍ଟଯନ୍ତ୍ରୀ ଏବଂ ୨ ଜଣ ଲାଇନ ମ୍ୟାନଙ୍କ ମାମଲା ରୁଜୁ ହୋଇଥିବା କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ ଡି ସୂଚନା ଦେଇଛନ୍ତି। ଚମ୍ପୁଆ ବନ ବିଭାଗ ପକ୍ଷରୁ ସେମାନଙ୍କ ନାମରେ ଓଆର କେଶ ନମ୍ବର ୬୭ ଅନୁସାରେ ବିଦ୍ୟୁତ ବିଭାଗର କନିଷ୍ଟ ଯନ୍ତ୍ରୀ ଗୌର ଗୋପାଳ ମହାନ୍ତି, କାଳୀମାଟି କ୍ୟାମ୍ପ ଲାଇନମ୍ୟାନ ବିଜୟ କୁମାର ମଲ୍ଲିକ ଓ ଦିବ୍ୟଜ୍ୟୋତି ବାରିକଙ୍କ ନାମରେ ଏହି ମାମଲା ରୁଜ୍ଜୁ ହୋଇଛି । ଅନ୍ୟପକ୍ଷରେ ବାମେଵାରୀ ବିଟର ଵନପାଳ, ଚମ୍ପୁଆ ବନାଞ୍ଚଳ ଅଧିକାରୀ ଏବଂ ଟିପିଏନଓଡିଏଲ ଯୋଡ଼ା ବିଦ୍ୟୁତ ସବଡିଭିଜନର ନିର୍ବାହୀଯନ୍ତ୍ରୀଙ୍କୁ କାରଣ ଦର୍ଶାଓ ନୋଟିସ ଜାରି ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତକାଲି କେନ୍ଦୁଝର ଚମ୍ପୁଆ ରେଞ୍ଜ ବାମବୋରି ବିଟ୍‌ ବସନ୍ତପୁର ଜଡିପଦାଠାରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀ ମୃତ୍ୟୁବାରଣ କରିଥିଲା । ସ୍ଥାନୀୟ ଲୋକେ ହାତୀର ମୃତ ଦେହ ପଡ଼ିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ଦନ୍ତାର ମୃତଦେହ ବିଦ୍ୟୁତ ତାରରେ ଛନ୍ଦି ହୋଇ ରହିଥିଲା । ତେବେ ବିଦ୍ୟୁତ୍‌ ତାର ଝୁଲନ୍ତା ଅବସ୍ଥାରେ ଥିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଥିଲା ।

About The Author: The Sakala