୩୧ରୁ ଗଡ଼ିବ ଭୁବନେଶ୍ୱର ନୟାଗଡ଼ ରେଳ

ନୟାଗଡ଼: ପୂର୍ବତଟ ରେଳପଥ ଉପମୁଖ୍ୟ ଯାତ୍ରୀ ପରିବହନ ପ୍ରବନ୍ଧକ ଖୋର୍ଦ୍ଧା ଡିଭିଜନ ପରିଚାଳକଙ୍କୁ ଚିଠି ଦେବା ପରେ ଖୋର୍ଦ୍ଧା ଡିଭିଜନ ଭୁବନେଶ୍ୱରରୁ ନୟାଗଡ଼କୁ ରେଳ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରୁ ୦୮୪୨୩ ନଂ ବିଶିଷ୍ଟ ରେଳ ନୟାଗଡ଼ ଆସିବ ଏବଂ ସେପ୍ଟେମ୍ବର ୧ ତାରିଖରୁ ୦୮୪୨୪ ନଂ ରେଳ ନୟାଗଡ଼ରୁ ଭୁବନେଶ୍ୱର ଯିବ ବୋଲି ସୂଚନା ମିଳିଛି। ନିୟମିତ ଏହି ରେଳ ଚଳାଚଳ କରିବ ବୋଲି ଜଣାଯାଇଛି । ଏହି ଟ୍ରେନର […]

ନୟାଗଡ଼: ପୂର୍ବତଟ ରେଳପଥ ଉପମୁଖ୍ୟ ଯାତ୍ରୀ ପରିବହନ ପ୍ରବନ୍ଧକ ଖୋର୍ଦ୍ଧା ଡିଭିଜନ ପରିଚାଳକଙ୍କୁ ଚିଠି ଦେବା ପରେ ଖୋର୍ଦ୍ଧା ଡିଭିଜନ ଭୁବନେଶ୍ୱରରୁ ନୟାଗଡ଼କୁ ରେଳ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୩୧ ତାରିଖରୁ ଭୁବନେଶ୍ୱରୁ ୦୮୪୨୩ ନଂ ବିଶିଷ୍ଟ ରେଳ ନୟାଗଡ଼ ଆସିବ ଏବଂ ସେପ୍ଟେମ୍ବର ୧ ତାରିଖରୁ ୦୮୪୨୪ ନଂ ରେଳ ନୟାଗଡ଼ରୁ ଭୁବନେଶ୍ୱର ଯିବ ବୋଲି ସୂଚନା ମିଳିଛି। ନିୟମିତ ଏହି ରେଳ ଚଳାଚଳ କରିବ ବୋଲି ଜଣାଯାଇଛି । ଏହି ଟ୍ରେନର ନିଦ୍ଧାରିତ ଷ୍ଟେସନ ଏବଂ ସମୟ ସାରଣୀ ପୂର୍ବଭଳି ରହିବ ବୋଲି କୁହାଯାଇଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଚିଠିକୁ ନେଇ ପୂର୍ବତଟ ରେଳପଥ ଉପମୁଖ୍ୟ କିଛିଦିନ ତଳେ ରେଳ ଚଳାଚଳ ନେଇ ନିର୍ଦ୍ଦେଶ ଦେଇଥିଲେ।

About The Author: The Sakala