ଆଜିଠୁ କାଳବୈଶାଖୀ, ୪୦ ଡିଗ୍ରୀ ତଳକୁ ଖସିବନି ତାତି

The Sakala Picture
Published On

ଭୁବନେଶ୍ୱର: ଆଜି ଠାରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅଧିକାଂଶ ସ୍ଥାନରେ ଉପରଓଳି କାଳବୈଶାଖୀ ଆଶଙ୍କା ରହୁଥିବାରୁ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ତାତି କମିଲେ ମଧ୍ୟ ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଏମିତି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ମଧ୍ୟ ୨-୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରାଯାଇଛି। […]

ଭୁବନେଶ୍ୱର: ଆଜି ଠାରୁ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର କହିଛି। ଅଧିକାଂଶ ସ୍ଥାନରେ ଉପରଓଳି କାଳବୈଶାଖୀ ଆଶଙ୍କା ରହୁଥିବାରୁ ତାପମାତ୍ରା ହ୍ରାସ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି। ତାତି କମିଲେ ମଧ୍ୟ ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଏମିତି କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ମଧ୍ୟ ୨-୩ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସ୍ଥିତି ଜାରି ରହିବାର ଆଶଙ୍କା ଥିବାରୁ ପରବର୍ତ୍ତୀ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ବର୍ତ୍ତମାନ ବଙ୍ଗୋପସାଗରରୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରୁଛି। ଏହା ଦ୍ୱାରା କିଛି ସ୍ଥାନରେ ପାଗ ମେଘୁଆ ରହିବା କାରଣରୁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। କିନ୍ତୁ ଏହି ବାୟୁ ପ୍ରବାହ ଦ୍ୱାରା ରାଜ୍ୟରେ ଆର୍ଦ୍ରତା ପରିମାଣ ଅଧିକ ରହୁଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ସହାୟକ ହେଉଛି। ରବିବାର ଅଧିକାଂଶ ସ୍ଥାନରେ ଆର୍ଦ୍ରତା ୭୦-୯୦ ପ୍ରତିଶତ ମଧ୍ୟରେ ରହିଥିଲା। ଉପକୂଳ ଓଡ଼ିଶା ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳିର ଅଧିକ ପ୍ରଭାବ ରହିଥିବା ବେଳେ ଆସନ୍ତା ୨-୩ ଦିନ ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବା ନେଇ ଆଶଙ୍କା କରାଯାଇଛି।
ଆର୍ଦ୍ରତା ବଢ଼ିବା କାରଣରୁ ଦିନ ସହିତ ରାତିରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଉଛି। ରବିବାର ରାଜ୍ୟର ୨୨ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ ହୋଇଥିବା ବେଳେ ୧୬ ଜିଲ୍ଲାରେ ତାତି ୪୦ ଡିଗ୍ରୀ ଉପରେ ରହିଥିଲା। ୪ ସହରରେ ତାତି ୪୨ ଡିଗ୍ରୀ ଉପରେ ରହିଥିଲା। ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଶନିବାର ମୟୂରଭଞ୍ଜ ଓ କେନ୍ଦୁଝର ଆଦିରେ କିଛ ସ୍ଥାନରେ ହାଲୁକା କାଳବୈଶାଖୀ ବର୍ଷା ଯୋଗୁଁ ସେଠାରେ ତାପମାତ୍ରା କିଛି ପରିମାଣରେ ହ୍ରାସ ହୋଇଛି।.

17 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର