ଗଣିଆ/ଦଶପଲ୍ଲା : ଏକ ବାଇକ୍କୁ ରକ୍ଷା କରିବା ପାଇଁ ଦୁଇ ଜଣ ଟ୍ରକ୍ ଚାଳକ ମୁହାଁମୁହିଁ ହୋଇଛନ୍ତି। ଟ୍ରକ୍ ଦୁଇଟି ଧକ୍କା ହେବାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି।
ମିଳିଥିବା ସୂଚନା ଅନୁସାରେ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକରା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଦୁଇ ମାଲ୍ ବୋଝେଇ ଟ୍ରକ୍ ମଧ୍ୟରେ ଭୟଙ୍କର ଭାବେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି। ସମସ୍ତଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ମୃତକଙ୍କ ପରିଚୟ ମିଳିପାରିନାହିଁ । ଆସନ୍ତାକାଲି ପୋଷ୍ଟମର୍ଟମ ପରେ ମୃତକଙ୍କ ପରିବାରରୁ ଶବ ହସ୍ତାନ୍ତର କରାଯିବ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଦୁର୍ଘଟଣାଗ୍ରସ୍ତ ୨ଟି ଟ୍ରକ୍କୁ ଜବତ କରିଛି ପୁଲିସ୍ ।