୧୦ ଦିନ ପାଇଁ ଟିକା ଦେବାକୁ ଦାବି କଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି । ଓଡିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି । ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରୁଛି । […]

ଭୁବନେଶ୍ବର: ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକାକୁ ନେଇ ନିଜର ବକ୍ତବ୍ୟ ରଖିଛନ୍ତି । ଓଡିଶାରେ ୧୦ ଦିନ ପାଇଁ ଟିକା ମହଜୁଦ କରି ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି । ଆମ ରାଜ୍ୟରେ ଏବେ ଦିନକୁ ଅଢେଇ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇପାରୁଛି । ଯଥେଷ୍ଟ ଟିକା ଯୋଗାଣ ନ ହେଉଥିବାରୁ ଟିକାକରଣ ବାଧାପ୍ରାପ୍ତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ।

ଅନ୍ୟପଟରେ ପୂର୍ବବର୍ଷ ଜରୁରୀ କୋଭିଡ୍ ମୁକାବିଲା ପାଣ୍ଠିରୁ ଓଡିଶା ୪ ଶହ କୋଟି ମାଗିଥିଲା । ହେଲେ ଓଡିଶାକୁ ମାତ୍ର ୧୪୦ କୋଟି ଟଙ୍କା ମିଳିଥିଲା । ଏହାପରେ କୋଭିଡର ନୂଆ ଲହରକୁ ଦେଖି ଆଉ ୩୦୦ କୋଟି ଟଙ୍କା ମାଗିଥିଲେ ମୁଖ୍ୟମନ୍ତ୍ରୀ । ୨୦୨୧-୨୨ ପାଇଁ ଏହି ଅର୍ଥ ଦେବାକୁ ଅନୁରୋଧ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

About The Author: The Sakala