ବିଜେଡିର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା, ଦଳ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୫ ଲୋକସଭା ଆସନ ଓ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଆଜି ଘୋଷଣା ହୋଇଥିବା ୫ ଲୋକସଭା ଆସନ ପ୍ରାର୍ଥୀରେ  ବଲାଙ୍ଗିରରୁ  ସୁରେନ୍ଦ୍ର ସିଂ ଭୋଇ ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ ବରଗଡ଼ରୁ ପରିଣୀତା ମିଶ୍ର ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ ସେହିପରି ଆଜି […]

ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ୫ ଲୋକସଭା ଆସନ ଓ ୨୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ଆଜି ଘୋଷଣା ହୋଇଥିବା ୫ ଲୋକସଭା ଆସନ ପ୍ରାର୍ଥୀରେ 

  • ବଲାଙ୍ଗିରରୁ  ସୁରେନ୍ଦ୍ର ସିଂ ଭୋଇ
  • ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ
  • ବରଗଡ଼ରୁ ପରିଣୀତା ମିଶ୍ର
  • ବ୍ରହ୍ମପୁରରୁ ଭୃଗୁ ବକ୍ସିପାତ୍ର
  • କେନ୍ଦୁଝରରୁ ଧନୁର୍ଜୟ ସିଦ୍ଧୁ

ସେହିପରି ଆଜି ଘୋଷଣା ହୋଇଥିବା ୨୭ ବିଧାନସଭା ଆସନ ପ୍ରାର୍ଥୀଙ୍କ ମଧ୍ୟରେ

  1. ଆସିକାରୁ ମଞ୍ଜୁଳା ସ୍ୱାଇଁ
  2. ବ୍ରହ୍ମପୁରରୁ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
  3. ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ
  4. ମୋହନାରୁ ଅନ୍ତର୍ଯ୍ୟାମୀ ଗମାଙ୍ଗୋ
  5. ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀ
  6. ତଳସରାରୁ ବିନୟ ଟପ୍ପୋ
  7. ସୁନ୍ଦରଗଡ଼ରୁ ଯୋଗେଶ ସିଂହ
  8. ବ୍ରଜରାଜନଗରରୁ ଅଳକା ମହାନ୍ତି
  9. ଝାରସୁଗୁଡ଼ାରୁ ଦୀପାଳି ଦାସ
  10. ରାଜଗାଙ୍ଗପୁରରୁ ଅନୀଲ ବାର୍ଲା
  11. ବଡ଼ସାହିରୁ ଅନସୂୟା ପାତ୍ର
  12. ଯଶୀପୁରରୁ ଚକ୍ରଧର ହେମ୍ବ୍ରମ୍‌
  13. ଉଦଳାରୁ ଶ୍ରନାଥ ସୋରେନ୍‌
  14. ମୋରଡ଼ାରୁ ପ୍ରୀତିନନ୍ଦା କାନୁନଗୋ
  15. ସୋରରୁ ମାଧବ ଧଡା
  16. ଆଠମଲ୍ଲିକରୁ ନଳିନୀ ପ୍ରଧାନ
  17. ବୀରମହାରାଜପୁରରୁ ପଦ୍ମନାଭ ବେହେରା
  18. ଖଡ଼ିଆଳରୁ  ଅଧିରାଜ ପାଣିଗ୍ରାହୀ
  19. ଫୁଲବାଣୀରୁ ଜୟଶ୍ରୀ କହଁର
  20. ମାହାଙ୍ଗାରୁ ଅଙ୍କିତ ପ୍ରତାପ ଜେନା
  21. ତିର୍ତ୍ତୋଲରୁ ରମାକାନ୍ତ ଭୋଇ
  22. ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି
  23. ଭୁବନେଶ୍ୱର ଉତ୍ତରରୁ ସୁଶାନ୍ତ ରାଉତ
  24. ଏକାମ୍ରରୁ ଅଶୋକ ପଣ୍ଡା
  25. ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ
  26. ବଣାଇରୁ ଭୀମସେନ ଚୌଧୁରୀ
  27. ବାରିପଦାରୁ ସାନନ୍ଦ ମାରାଣ୍ଡି

ସୂଚନାଯୋଗ୍ୟ ଗତ ମାର୍ଚ୍ଚ ୨୭ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଓ ୭୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ଏହାପରେ ସେହି ଦିନ ପୁଣି ନବୀନ ପଟ୍ଟନାୟକ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ମୋଟ ୨୦ ଲୋକସଭା ଆସନ ଓ ୯୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ଆଉ ଗୋଟିଏ ଲୋକସଭା ଓ ୪୮ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇନାହିଁ।

About The Author: The Sakala