ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ମିଳିଛି ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩। କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ସ୍ବାତୀଙ୍କୁ ମିଳିଛି ଏହି ସମ୍ମାନ। ତୃତୀୟ ଭାରତୀୟ ଏବଂ ପ୍ରଥମ ଓଡିଆ ଭାବେ ସ୍ବାତୀ ନାୟକଙ୍କୁ ଏହି ଆୱାର୍ଡ ମିଳିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। Congratulate Odia scientist Dr Swati Nayak on receiving the prestigious Norman Borlaug Field Award, […]

ଭୁବନେଶ୍ବର : ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ମିଳିଛି ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩। କୃଷି ଏବଂ ଖାଦ୍ୟ ଉତ୍ପାଦନରେ ଅବଦାନ ପାଇଁ ସ୍ବାତୀଙ୍କୁ ମିଳିଛି ଏହି ସମ୍ମାନ। ତୃତୀୟ ଭାରତୀୟ ଏବଂ ପ୍ରଥମ ଓଡିଆ ଭାବେ ସ୍ବାତୀ ନାୟକଙ୍କୁ ଏହି ଆୱାର୍ଡ ମିଳିବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ‘‘ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକ ସମ୍ମାନଜନକ ନରମାନ ବୋରଲଗ ଫିଲ୍ଡ ଆୱାର୍ଡ ୨୦୨୩ ପାଇଥିବାରୁ ଅଭିନନ୍ଦନ ଜଣାଉଛି। କୃଷି ଏବଂ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ସମଗ୍ର ବିଶ୍ୱର ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ। ତାଙ୍କର ଭବିଷ୍ୟତ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ”

କୃଷି ଏବଂ ଖାଦ୍ୟ ସୁରକ୍ଷା, କ୍ଷୁଧା ଦୂର କରିବା ପାଇଁ ନୋବେଲ ଶାନ୍ତି ପୁରସ୍କାର ବିଜେତା ତଥା ସବୁଜ ବିପ୍ଳବର ମୁଖ୍ୟ ସ୍ଥପତି  ନରମାନ ବୋରଲଗଙ୍କ ସ୍ବୃତି ଉଦେଶ୍ୟରେ ୪୦ ବର୍ଷରୁ କମ୍ ବୟସର ବୈଜ୍ଞାନିକମାନଙ୍କୁ ନରମାନ ବୋରଲାଗ ଫିଲ୍ଡ ପୁରସ୍କାର ପ୍ରଦାନ କରାଯାଇଥାଏ। ସେପ୍ଟେମ୍ବର ୧୯ରେ ନ୍ୟୁୟର୍କ ଜଳବାୟୁ ସପ୍ତାହ ପାଳନ ସମୟରେ ଓଡିଆ ବୈଜ୍ଞାନିକ ସ୍ବାତୀ ନାୟକଙ୍କୁ ଏହି ପୁରସ୍କାର ନେଇ ଘୋଷଣା କରାଯାଇଛି।  ଆମେରିକାରେ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବାରେ ତୃତୀୟ ଭାରତୀୟ ଏବଂ ପ୍ରଥମ ଓଡିଆ ହେବେ ସ୍ବାତୀ ନାୟକ।

About The Author: The Sakala