ବଜେଟରେ ବଦଳିଲା ବିଭିନ୍ନ ଯୋଜନାର ନାଁ: ‘କାଳିଆ’ ହେଲା ‘ସିଏମ କିଷାନ’, ‘ଆହାର’ ହେଲା ‘ଶ୍ରୀ ଅନ୍ନ’

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ।  ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ଏହି ବଜେଟରେ ଅନେକ ଯୋଜନାର ନାଁ ବଦଳେଇଛନ୍ତି ସରକାର । ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ […]

ଭୁବନେଶ୍ବର: ବିଧାନସଭାରେ ରାଜ୍ୟ ବଜେଟ୍ ଆଗତ। ଏହା ମୋହନ ସରକାରଙ୍କ ପ୍ରଥମ ବଜେଟ।  ବିଧାନସଭାରେ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ ହୋଇଛି ପୂର୍ଣ୍ଣାଙ୍ଗ ବଜେଟ। ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ଏହି ବଜେଟରେ ଅନେକ ଯୋଜନାର ନାଁ ବଦଳେଇଛନ୍ତି ସରକାର । ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୋହନ ସରକାର।

ବଦଳିଗଲା ବିଏସକେୱାଇ ନାଁ

-ନାଁ ବଦଳି ହେଲା ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା

-ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ପାଇଁ ୫୪୫୦ କୋଟି

-ଲାଗୁହେଲା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା

ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ପାଇଁ ୫୦୦ କୋଟି

ବଦଳିଗଲା କାଳିଆ ଯୋଜନାର ନାଁ

-କାଳିଆ ହେଲା ସିଏମ କିଷାନ

-ସିଏମ କିଷାନ ଯୋଜନା ପାଇଁ ୧୯୩୫ କୋଟି

-ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟି

ଆହାର- ଶ୍ରୀ ଅନ୍ନ ଯୋଜନା

-ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି

ବଦଳିଲା ମୋ ସ୍କୁଲ ଯୋଜନାର ନାଁ

-ନାଁ ବଦଳି ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ

-ନୂଆ ଯୋଜନା ପାଇଁ ୩୨୨ କୋଟି ଟଙ୍କା

ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳିଲା

ନାଁ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା

ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବ୍ୟୟବରାଦ

ମେକ୍ ଇନ୍ ଓଡ଼ିଶା- ଉତ୍କର୍ଷ ଉତ୍କଳ

About The Author: The Sakala