ବିଜେପିରୁ ଇସ୍ତଫା ଦେଲେ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ଦେଲେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର । ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ମନ୍ମଥ । ବହୁ ଦିନ ଧରି ବିଜେପିରେ ରହିବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ମନ୍ମଥ ମିଶ୍ର । ଆଠଗଡରେ ମନ୍ମଥ ମିଶ୍ର ସଂଗଠନ କରିଥିବା ସତ୍ୱେ ତାଙ୍କୁ ଦଳ ତରଫରୁ ଟିକେଟ ଦିଆଯାଇନଥିଲା । ତେବେ ବିଜେପିରୁ ଇସ୍ତଫା ନେଇ ମନ୍ମଥ କହିଛନ୍ତି, ମୁଁ ଯୋଗ ଦେଇନଥିଲି । ଦଳ […]

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ଦେଲେ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର । ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇଥିଲେ ମନ୍ମଥ । ବହୁ ଦିନ ଧରି ବିଜେପିରେ ରହିବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ମନ୍ମଥ ମିଶ୍ର । ଆଠଗଡରେ ମନ୍ମଥ ମିଶ୍ର ସଂଗଠନ କରିଥିବା ସତ୍ୱେ ତାଙ୍କୁ ଦଳ ତରଫରୁ ଟିକେଟ ଦିଆଯାଇନଥିଲା ।

ତେବେ ବିଜେପିରୁ ଇସ୍ତଫା ନେଇ ମନ୍ମଥ କହିଛନ୍ତି, ମୁଁ ଯୋଗ ଦେଇନଥିଲି । ଦଳ ମୋତେ ନିମନ୍ତ୍ରଣ କରିଥିଲା । ଏହା ପରେ ସାଧାରଣ ଲୋକଙ୍କ ସୁବିଧା ଅସୁବିଧା ସହ ସିଧାସଳଖ ଭାବେ ଯୋଡ଼ି ହୋଇଥିଲି । ଆଠଗଡ଼ ନିର୍ବାଚନ ମଣ୍ଡଳୀରେ ଟିକେଟ ଦେବା ନେଇ ମନ୍ମଥ ମିଶ୍ରଙ୍କୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ବାଦ ଦିଆଯାଇଥିଲା ।

ନିଜ ସଙ୍ଗୀତ ପ୍ରତି ସମୟର ଅଭାବର ରହୁଛି, ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସଙ୍ଗୀତକୁ ଯଥେଷ୍ଟ ସମୟ ଦେବା ପାଇଁ ସେ ଦଳ ତ୍ୟାଗ କରିଛନ୍ତି । ଦଳରେ ରହି ଦଳକୁ ସମୟ ଦେଇ ପାରୁନଥିଲେ । ତେଣୁ ଇସ୍ତଫା ଦେବାକୁ ସେ ଉଚିତ ମଣିଥିବା ପ୍ରକାଶ କରିଛନ୍ତି । ଏକଥା ମଧ୍ୟ କହିଛନ୍ତି, ଦଳ ତାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ କରିବା ନେଇ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଅନ୍ୟ ଜଣଙ୍କୁ ଟିକେଟ ମିଳିଲା ।

About The Author: The Sakala