ଭୁବନେଶ୍ବର: ବିଶିଷ୍ଟ କୃଷି ବିଜ୍ଞାନୀ ଏମ ଏସ ସ୍ୱାମୀନାଥନ୍ଙ୍କ ପରଲୋକ ଘଟିଛି। ଚେନ୍ନାଇରେ ୯୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ସବୁଜ ବିପ୍ଲବର ଜନକ ଥିଲେ ଏମ ଏସ ସ୍ବାମୀନାଥନ । କୃଷି କ୍ଷେତ୍ରରେ ସ୍ବାମୀନାଥନଙ୍କ ରହିଛି ଉଲ୍ଲେଖନୀୟ ଅବଦାନ।
ଓଡିଶାର ଜୟପୁର ଠାରେ ଏକ MS ସ୍ୱାମୀନାଥନ ଗବେଷଣା କେନ୍ଦ୍ର ଖୋଲିଥିଲେ । ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ର ଜୟପୁର ଠାରେ ଗବେଷଣା କେନ୍ଦ୍ର ପାଇଁ ଜମି ଯୋଗାଇ ଦେଇଥିଲେ ।
ସେ ୧୯୭୨ରୁ ୧୯୮୦ ମଧ୍ୟରେ ଭାରତୀୟ କୃଷି ଅନୁସନ୍ଧାନ କେନ୍ଦ୍ରର ମହାନିର୍ଦ୍ଦେଶକ ଏବଂ ୧୯୮୨ରୁ ୧୯୮୮ ମଧ୍ୟରେ ଆନ୍ତର୍ଜାତୀୟ ଧାନ ଅନୁସନ୍ଧାନ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଥିଲେ। ଶ୍ରୀ ସ୍ୱାମୀନାଥନ୍ ନିଜର ଗବେଷଣା ଓ ଉଦ୍ଭାବନ ପାଇଁ ଅନେକ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେ ୧୯୮୬ରେ ଆଲବର୍ଟ ଆଇନଷ୍ଟାଇନ୍ ବିଶ୍ୱ ବିଜ୍ଞାନ ପୁରସ୍କାର, ୧୯୮୭ରେ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର, ୧୯୯୧ରେ ପରିବେଶ ସଫଳତା ପାଇଁ ଟାଇଲର ପୁରସ୍କାର ଏବଂ ୨୦୦୦ରେ ପ୍ଲାନେଟ୍ ଆଣ୍ଡ ହ୍ୟୁମାନୀଟି ପଦକ ସହିତ ଅନେକ ଆନ୍ତର୍ଜାତୀୟ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି। ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ମଧ୍ୟ ପ୍ରଦାନ କରାଯାଇଛି।