ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗସ୍ତ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ସିଂହନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ । ଏହାସହ ମନ୍ଦିର ବିକାଶ ପାଇଁ ସ୍ଥାନୀୟ ଲୋକ ଓ ପୂଜକଙ୍କ ସହିତ ଆଲୋଚନା କରିଥିଲେ। ମନ୍ଦିର ଚାରିପାଖର ଉନ୍ନତିକରଣ ସହିତ ଆଲୋକୀକରଣର ଅନୁଧ୍ୟାନ କରିଥିଲେ । ଏଠାରେ ପର୍ଯ୍ୟଟନକୁ କିପରି ବିକଶିତ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସାଂସଦ ୫ଟି ସ୍କୁଲ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ । ୫ଟି ଉପକ୍ରମରେ ରୂପାନ୍ତରିତ ହୋଇଥିବା ସ୍କୁଲ ପରିଦର୍ଶନ କରି ସ୍ମାର୍ଟ କ୍ଲାସରୁମ ବୁଲି ଦେଖିବା ସହ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ସାଂସଦଙ୍କ ଗସ୍ତ ସମୟରେ ବିଧାୟକ ଦେବୀ ମିଶ୍ର, ସ୍ଥାନୀୟ ସରପଞ୍ଚ ଏବଂ ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।
ସିଂହନାଥଙ୍କ ଦର୍ଶନ ସହ ୫ଟି ସ୍କୁଲ ପରିଦର୍ଶନ କଲେ ସାଂସଦ ମାନସ ମଙ୍ଗରାଜ
ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଗସ୍ତ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ସିଂହନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ନେଇଥିଲେ । ଏହାସହ ମନ୍ଦିର ବିକାଶ ପାଇଁ ସ୍ଥାନୀୟ ଲୋକ ଓ ପୂଜକଙ୍କ ସହିତ ଆଲୋଚନା କରିଥିଲେ। ମନ୍ଦିର ଚାରିପାଖର ଉନ୍ନତିକରଣ ସହିତ ଆଲୋକୀକରଣର ଅନୁଧ୍ୟାନ କରିଥିଲେ । ଏଠାରେ ପର୍ଯ୍ୟଟନକୁ କିପରି ବିକଶିତ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ସାଂସଦ […]