ବସ୍ତିପିଲାଙ୍କୁ ପାଠ ପଢ଼ାଇଲେ ସାଂସଦ

ଭୁବନେଶ୍ୱର : ‘ଆମ ପାଠଶାଳା’ ରେ ବିଭିନ୍ନ ବସ୍ତିରେ ପହଞ୍ଚି ଛୋଟଛୋଟ ପିଲାମାନଙ୍କୁ ପାଠ ପଢ଼଼ାଇଛନ୍ତି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ। ବିଭିନ୍ନ କାରଣରୁ ପାଠପଢ଼଼ାରୁ ବିରତି ନେଉଥିବା ଏବଂ ଭିକ୍ଷାବୃତ୍ତି କରୁଥିବା ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଶାୟେଁ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ‘ଆମ ପାଠଶାଳା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କଳ୍ପନାସ୍ଥିତ ବୁଦ୍ଧନଗର ବସ୍ତିରେ ପହଞ୍ଚି ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ ସାଂସଦ ଶ୍ରୀ ପଟ୍ଟନାୟକ। ସେଠାରେ ସେ […]

ଭୁବନେଶ୍ୱର : ‘ଆମ ପାଠଶାଳା’ ରେ ବିଭିନ୍ନ ବସ୍ତିରେ ପହଞ୍ଚି ଛୋଟଛୋଟ ପିଲାମାନଙ୍କୁ ପାଠ ପଢ଼଼ାଇଛନ୍ତି ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ। ବିଭିନ୍ନ କାରଣରୁ ପାଠପଢ଼଼ାରୁ ବିରତି ନେଉଥିବା ଏବଂ ଭିକ୍ଷାବୃତ୍ତି କରୁଥିବା ପିଲାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଶାୟେଁ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ବସ୍ତିରେ ‘ଆମ ପାଠଶାଳା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କଳ୍ପନାସ୍ଥିତ ବୁଦ୍ଧନଗର ବସ୍ତିରେ ପହଞ୍ଚି ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ ସାଂସଦ ଶ୍ରୀ ପଟ୍ଟନାୟକ। ସେଠାରେ ସେ ପିଲାଙ୍କୁ ଗଣିତ ମଧ୍ୟ ପଢ଼଼ାଇଛନ୍ତି। ଏହାବ୍ୟତୀତ ସେମାନଙ୍କୁ ସାଧାରଣଜ୍ଞାନ ପଚାରିଥିଲେ। ୟୁଟୁୃ୍ୟବ୍‍ ଶିକ୍ଷା ମାଧ୍ୟମରେ ପଢ଼ାଯାଉଥିବା ବିଭିନ୍ନ ବିଷୟର ପାଠ୍ୟକ୍ରମ ସମ୍ପର୍କରେ ପଚାରି ବୁଝିବା ସହ ପିଲାମାନଙ୍କ ପାରିବାରିକ ସ୍ଥିତି ସମ୍ପର୍କରେ ବୁଝିଥିଲେ। ଏହାସହିତ ପିଲାମାନଙ୍କ ବାପାମା’ଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ବସ୍ତିର କୁନି କୁନି ପିଲାମାନେ ମଧ୍ୟ ସାଂସଦଙ୍କୁ ପାଖରେ ପାଇ ଖୁସିରେ ବିଭୋର ହୋଇଥିଲେ। ନିଜ ହାତରେ ପ୍ରସ୍ତୁତ କରିଥିବା କାଗଜର ଫୁଲତୋଡ଼ା ତିଆରି କରି ପିଲାମାନେ ସାଂସଦ ଡ. ପଟ୍ଟନାୟକଙ୍କୁ ସ୍ୱାଗତ ଜଣାଇଥିଲେ।

ବସ୍ତି ପିଲାଙ୍କୁ ଡିଜିଟାଲ ଦୁନିଆରେ ପହଞ୍ଚାଇବା ପାଇଁ ଭୁବନେଶ୍ୱରର ୪ଟି ବସ୍ତିରେ ଏବେ ୨୨୦ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‍ ଏବଂ ଡିଜିଟାଲ ପଢ଼଼ାର ସୁବିଧା ପହଞ୍ଚିପାରିଛି। ପିଲାମାନଙ୍କୁ ସୃଜନାତ୍ମକ ଢଙ୍ଗରେ ପାଠ ପଢ଼଼ାଇବା ପାଇଁ ସାଧାରଣ ପିଲାଙ୍କ ଭଳି ହାତରେ ମୋବାଲଲ୍‍ ଏବଂ କାନରେ ଇୟର୍‍ ଫୋନ୍‍ ଲଗାଇ ୟୁଟ୍ୟୁବ୍‍ରୁ ପାଠ ପଢ଼ୁଛନ୍ତି। ଏଥିପାଇଁ ସେମାନଙ୍କୁ ସାଂସଦ ଡ. ଅମର ପଟ୍ଟନାୟକ ୫୦ଟି ମୋବାଇଲ୍‍ ପ୍ରଦାନ କରିଥିଲେ। ଲକ୍‍ଡାଉନ୍‍ ସମୟରେ କ୍ଲାସ୍‍ରୁମ୍‍ର ଶିକ୍ଷାକୁ ଅନ୍‍ଲାଇନ୍‍ ଶିକ୍ଷା ମାଧ୍ୟମରେ ଯୋଗାଇବା ପାଇଁ ଏହା ସାଂସଦ ଶ୍ରୀ ପଟ୍ଟନାୟକଙ୍କର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।

 

ଡମଣାର ମଣ୍ଡପ ବସ୍ତି, କଳ୍ପନାର ବୁଦ୍ଧନଗର ବସ୍ତି, ୟୁନିଟ୍‍-୧ସ୍ଥିତ ପଟେଲ୍‍ ବସ୍ତି, ନୀଳପଡ଼ିଆରେ ପିଲାମାନେ ବର୍ତ୍ତମାନର ମହାମାରୀ ସମୟରେ ପଢ଼଼ିବାର ସୁଯୋଗ ପାଇପାରିଛନ୍ତି ବୋଲି କହିଛନ୍ତି ଆଶାୟେଁର ଉପାଧ୍ୟକ୍ଷ ସଂଗ୍ରାମ ରାଉତରାୟ। ଆସନ୍ତାକାଲି ଡମଣାସ୍ଥିତ ମଣ୍ଡପ ବସ୍ତି ଓ ନୀଳପଡ଼ିଆ ବସ୍ତି ଯାଇ ପିଲାଙ୍କୁ ପଢ଼଼ାଇବାର ସହ ଆଗାମୀଦିନରେ ପିଲାମାନଙ୍କ ଶିକ୍ଷା ପାଇଁ ବିଭିନ୍ନ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିବା ଆଶାୟେଁର ଅଧ୍ୟକ୍ଷ ରତ୍ନାକର ସାହୁ କହିଛନ୍ତି। ଏସମ୍ପର୍କରେ ଡ. ଅମର ପଟ୍ଟନାୟକ ଟୁଇଟ୍‍ ମାଧ୍ୟମରେ ଜଣାଇଛନ୍ତି, ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ସୁଯୋଗ ଏବଂ ପ୍ରେରଣା ଦିଆଯିବା ଆବଶ୍ୟକ। କିଛି ରାସ୍ତାକଡ଼ର ଶିଶୁଙ୍କ ସହ ସମୟ ଅତିବାହିତ କରି ଖୁସି ଅନୁଭବ କଲି।

 

About The Author: The Sakala