ଝିଅ ବେକରେ ରଶି ଲଗାଇ ମା’ର ଆତ୍ମହତ୍ୟା

ନୟାହାଟ : ଗୋପ ବ୍ଲକ ନୟାହାଟ ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ୮ ମାସର ଶିଶୁକନ୍ୟାକୁ ରଶ୍ମିରେ ଟଙ୍ଗାଇ ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ମା’ର ମୃତ୍ୟୁ ଘଟିଥିବାବେଳେ ସୌଭାଗ୍ୟବଶତଃ ଶିଶୁକନ୍ୟାଟି ବଞ୍ଚି ଯାଇଛି। ନୟାହାଟ ଫାଣ୍ଡି ଧୂମାଳ ପଞ୍ଚାୟତ ସଇଦାବାଦପାଟଣା ଗ୍ରାମର ବ୍ରଜବନ୍ଧୁ ପାତ୍ର କିଛିବର୍ଷ ତଳେ ଭଲପାଇ ସରିତା ପାତ୍ରଙ୍କୁ ବିବାହ କରିଥିଲେ। ବ୍ରଜବନ୍ଧୁ ବାହାରେ ଚାକିରି କରିଥିବାବେଳେ ସରିତା ଶାଶୁଘରେ ରହୁଥିଲେ। ବୁଧବାର ଗଲା ଅପରାହ୍ନରେ ଶଶୁର ଭଗବାନ ପାତ୍ର […]

ନୟାହାଟ : ଗୋପ ବ୍ଲକ ନୟାହାଟ ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ୮ ମାସର ଶିଶୁକନ୍ୟାକୁ ରଶ୍ମିରେ ଟଙ୍ଗାଇ ମା’ ଆତ୍ମହତ୍ୟା ଉଦ୍ୟମ କରିଛି। ମା’ର ମୃତ୍ୟୁ ଘଟିଥିବାବେଳେ ସୌଭାଗ୍ୟବଶତଃ ଶିଶୁକନ୍ୟାଟି ବଞ୍ଚି ଯାଇଛି। ନୟାହାଟ ଫାଣ୍ଡି ଧୂମାଳ ପଞ୍ଚାୟତ ସଇଦାବାଦପାଟଣା ଗ୍ରାମର ବ୍ରଜବନ୍ଧୁ ପାତ୍ର କିଛିବର୍ଷ ତଳେ ଭଲପାଇ ସରିତା ପାତ୍ରଙ୍କୁ ବିବାହ କରିଥିଲେ। ବ୍ରଜବନ୍ଧୁ ବାହାରେ ଚାକିରି କରିଥିବାବେଳେ ସରିତା ଶାଶୁଘରେ ରହୁଥିଲେ।

ବୁଧବାର ଗଲା ଅପରାହ୍ନରେ ଶଶୁର ଭଗବାନ ପାତ୍ର ର ଝିଅ ଯୋଗେଶ୍ଵରପୁର ବଜାରକୁ ସଉଦା ଆଣିବାକୁ ଯାଇଥିଲେ। ଘରକୁ ଫେରି ଦେଖନ୍ତି ବୋହୂ ସରିତା ଘରେ ରଶି ଲଗାଇ ଝୁଲୁଛନ୍ତି। ଶିଶୁକନ୍ୟାଟି ମଧ୍ୟ ମା’ ନିକଟରେ ଅନ୍ୟଏକ ରଶିରେ ଝୁଲୁଥିଲା । ଭଗବାନ ବୋହୂ ଓ ନାତୁଣିକୁ ଉଦ୍ଧାର କରିଥିଲେ । ସରିତାର ମୃତ୍ୟୁ ଘଟିଥିବାବେଳେ ନାତୁଣୀ ମାହେଶ୍ବରୀ ଜୀବିତ ଥିବା ଦେଖୀ ଚାରିଛକ ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି। ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ପହଞ୍ଚି ତଦନ୍ତ ଜାରି ରଖୁଛନ୍ତି ।

ସରିତା କାହିଁକି ଆତ୍ମହତ୍ୟା କଲେ ଜଣାପଡ଼ି ନଥିବାବେଳେ ଫାଣ୍ଡି ଅଧିକାରୀ ତଦନ୍ତ ଚଳାଇଛନ୍ତି। କୌଣସି କାରଣରୁ ସରିତା ଏକ ରଶିରେ ଟାଙ୍ଗିଦେଇ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ୮ ମାସର ଶିଶୁ କନ୍ୟାଟି ବଞ୍ଚି ଯାଇଥିବାରୁ ‘ଯାହାକୁ ରଖୀବେ ଅନନ୍ତ, କି କରି ପାରିବ ବଳବନ୍ତ’ ଉକ୍ତିର ଯଥାର୍ଥତା ପ୍ରତିପାଦିତ ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।

About The Author: The Sakala