ଆକାଶଛୁଆଁ ପରିବା ଦର, ୭୦ରୁ ୮୦ ଟଙ୍କା ତଳକୁ ନାହିଁ କେଜିଏ ପରିବାର ଦାମ

ଭୁବନେଶ୍ୱର: ପରିବା ବଜାରରେ ହୋଇଛି ମହଙ୍ଗା ମାଡ଼। ହୁହୁ ହୋଇ ବଢ଼ିଚାଲିଛି ପନିପରିବାର ଦରଦାମ୍‌। ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ସେଞ୍ଚୁରୀ ମାରି ସାରିଲାଣି କିଛି ପରିବାର ଦର । ଦରବୃଦ୍ଧି ଯନ୍ତ୍ରଣାରେ ଖାଉଟି ଏବେ କଲବଲ। ହାଟ ବଜାରରେ ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି। ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି। ରୋଷେଇ ଘରୁ ଏବେ ବହୁ ପରିବା ଧୀରେ ଧୀରେ ଗାଏବ ହବାକୁ ବସିଲାଣି। ସ୍ଥିତି […]

ଭୁବନେଶ୍ୱର: ପରିବା ବଜାରରେ ହୋଇଛି ମହଙ୍ଗା ମାଡ଼। ହୁହୁ ହୋଇ ବଢ଼ିଚାଲିଛି ପନିପରିବାର ଦରଦାମ୍‌। ଯାହାକୁ ଛୁଇଁବେ ୭୦ରୁ ୮୦ ପାର । ସେଞ୍ଚୁରୀ ମାରି ସାରିଲାଣି କିଛି ପରିବାର ଦର । ଦରବୃଦ୍ଧି ଯନ୍ତ୍ରଣାରେ ଖାଉଟି ଏବେ କଲବଲ। ହାଟ ବଜାରରେ ପ୍ରାୟ ସବୁ ପରିବା ଦର ଅସହ୍ୟ ଭାବେ ବଢ଼ିଚାଲିଛି। ଚଢ଼ା ଦରକୁ ନେଇ ଅତିଷ୍ଠ ହୋଇଗଲେଣି ଖାଉଟି। ରୋଷେଇ ଘରୁ ଏବେ ବହୁ ପରିବା ଧୀରେ ଧୀରେ ଗାଏବ ହବାକୁ ବସିଲାଣି।

ସ୍ଥିତି ଏପରି ହେଲାଣି କି, ପରିବା ହାଟକୁ ପଶିଲେ ପକେଟକୁ ବାଧୁଛି । ପରିବା ବଜାରରେ ଯାହାକୁ ଛୁଇଁବ ୭୦ରୁ ୮୦ ଟଙ୍କା ଉପରେ । ଲୋକେ ଖାଇବେ କ’ଣ, ସେହି ଚିନ୍ତାରେ ଘାରି ହେଉଛନ୍ତି । ହାଟକୁ ୫୦୦ ଟଙ୍କା ନେଇକି ଗଲେ ବି ବ୍ଯାଗ୍ ଫୁଲ ହେଉନି । ମଧ୍ୟବିତ୍ତଙ୍କ କଥା ଛାଡ଼ନ୍ତୁ, ଥିଲାବାଲା ଲୋକ ବି ପରିବା ଦର ଦେଖି ଛାନିଆ । ଭୁବନେଶ୍ବର ଏକ ନମ୍ବର ପରିବାର ହାଟ ଓ ନୟାପଲ୍ଲୀ ପରିବା ହାଟରେ ଯାହାକୁ ଦେଖ ଅସନ୍ତୋଷ ଝାଡୁଛନ୍ତି । କେବଳ ବଞ୍ଚିବା ପାଇଁ କିଏ କିଲୋ ବଦଳରେ ଅଢେ ଶହ ଗ୍ରାମ ନେଉଛି ତ କିଏ ଅଧ କିଲୋ ନେଇ ଯେମିତି ସେମିତି କାମ ଚଳାଇବାକୁ ଚିନ୍ତା କରୁଛି । ଡାଲି, ଚାଉଳ, ପରିବା ଏପରିକି ଆଳୁ, ପିଆଜ ଭଳି ଆବଶ୍ୟକ ଖାଉଟି ସାମଗ୍ରୀ ଦର ବୃଦ୍ଧିକୁ ନେଇ ସାଧାରଣ ଲୋକେ ଚିନ୍ତାରେ ।

କଟକରେ ମଧ୍ଯ ପରିବା ଦର ପ୍ରାୟ ଏକ ମାସ ହେବ ଆକାଶ ଛୁଆଁ ରହିଛି । ଖରା ପାଇଁ ଓ ଅଭାବୀ ବର୍ଷା କାରଣରୁ ଉତ୍ପାଦନ କମି ଥିବାରୁ ସବୁ ପରିବା କମ ପରିମାଣରେ ଆସୁଛି । ଫଳରେ ଚଢା ଦରରେ ବିକ୍ରି ହେଉଛି ପରିବା । ଆଳୁ ୩୫ ଟଙ୍କା ଥିବାବେଳେ ପିଆଜ ୪୫ ଟଙ୍କାରେ ବିକ୍ରି ହେଉଛି । ବିନ ୧୬୦ ଟଙ୍କା, ଝୁଡୁଙ୍ଗ ୬୦, ଭେଣ୍ଡି ୬୦, ଜହ୍ନି ୬୦ ଓ ଅମୃତ ଭଣ୍ଡା ୪୦, ବିଲାତି ୬୦, ବାଇଗଣ ୬୦, କାକୁଡି ୬୦, କଖାରୁ ୪୦, ସାରୁ ୬୦, କୋବି ୫୦, କାଙ୍କଡ଼ ୬୦ ଟଙ୍କାରେ ବିକ୍ରି ହେଉଛି । ବ୍ୟବସାୟୀ ମଧ୍ୟ ଦରବୃଦ୍ଧିକୁ ଅସନ୍ତୁଷ୍ଠ । ତୁରନ୍ତ ଏହି ଦରବୃଦ୍ଧିର ସମାଧାନ କରିବାକୁ ସବୁ ମହଲରୁ ଉଠୁଛି ଦାବି ।

About The Author: The Sakala