ମଝି ଚିଲିକାରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଭୟଭୀତ

ପୁରୀ: ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଡଙ୍ଗା। ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ଯାଉଥିବାବେଳେ ହଟାତ୍ ମଝି ଚିଲିକାରେ ଡଙ୍ଗାକୁ ନିୟନ୍ତ୍ରଣ କରୁଥିବା ମେସିନ୍ ଟିର ଯାନ୍ତ୍ରୀକ ତ୍ରୁଟି ଦେଖାଦେବାରୁ ଡଙ୍ଗାଟି ଗୋଟିଏ ସ୍ଥାନରେ ଅଟକି ରହିଛି। ସୂଚନା ମୁତାବକ, ଡଙ୍ଗାରେ ୨୦ରୁ ଉର୍ଦ୍ଧ୍ୱ ବାଇକ ଥିବାବେଳେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ଜଣାପଡ଼ିଛି। ବାରମ୍ବାର ମଝି ଚିଲିକାରେ ଡଙ୍ଗା ଅଟକି ଯାତ୍ରୀ ଭୟଭୀତ ହେଉଛନ୍ତି କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଉନାହାନ୍ତି। ଯଦି ଏହି ସମୟରେ ହଟାତ୍ ପ୍ରାକୃତିକ ବିପର୍ଯ୍ୟୟ ଆସେ ଆଉ ଯାତ୍ରୀମାନଙ୍କର କୌଣସି କ୍ଷତିଗ୍ରସ୍ତ ହୁଏ ଦାୟୀ କିଏ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଏହି ଘଟଣାକୁ ନେଇ ବାରମ୍ବାର ଖବର ପ୍ରସାରଣ ହେଲେ ମଧ୍ୟ ପ୍ରଶାସନ କିମ୍ବା ସରକାର କୌଣସି ସ୍ଥାୟୀ ସମାଧାନ କରିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । 

About The Author: Madhusudan Das