ରାଜ୍ଯରେ ଚିହ୍ନଟ ହେଲେ ଆଉ ୬୮୧ ଜଣ ନୂଆ କରୋନା ଆକ୍ରାନ୍ତ, ୦-୧୮ ବର୍ଷ ବୟସ ୧୧୮ ପଜିଟିଭ୍

ଭୁବନେଶ୍ୱର:ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୮୧ ଜଣ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୩୯୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୮୩ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରୁ ମୋଟ ୯ ଲକ୍ଷ ୯୫ ହଜାର ୪୭୪ […]

ଭୁବନେଶ୍ୱର:ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୮୧ ଜଣ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୩୯୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୮୩ ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରୁ ମୋଟ ୯ ଲକ୍ଷ ୯୫ ହଜାର ୪୭୪ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୭ ହଜାର ୧୮୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୧୮ ଜଣ ପଜିଟିଭ ରହିଛନ୍ତି।

ଆଜି ରାଜ୍ୟରୁ ଚିହ୍ନଟ ହୋଇଥିବା ୬୮୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୨୨ ଜଣ, କଟକରୁ ୧୦୧ ଜଣ, ବାଲେଶ୍ବରରୁ ୩୪ ଜଣ, ଯାଜପୁରରୁ ୩୩ ଜଣ, ମୟୂରଭଞ୍ଜରୁ ୨୭ ଜଣ, ପୁରୀରୁ ୨୬ ଜଣ, ସୁନ୍ଦରଗଡ଼ରୁ ୨୦ ଜଣ, ଢ଼େଙ୍କାନାଳ ଓ ଜଗତସିଂହପୁର ଜିଲ୍ଲାରୁ ୧୯ ଜଣ ଲେଖାଏଁ, ଅନୁଗୁଳରୁ ୧୮ ଜଣ,ଗଞ୍ଜାମରୁ ୧୩ ଜଣ, ବରଗଡ଼ରୁ ୧୪ ଜଣ, ନୟାଗଡ, କେନ୍ଦୁଝର ଓ ସମ୍ବଲପୁରରୁ ୧୦ ଜଣ ଲେଖାଏଁ, ଭଦ୍ରକ,ଦେବଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ ଜଣ ଲେଖାଏଁଁ, ସୋନପୁରରୁ ୬ ଜଣ, ଝାରସୁଗୁଡ଼ା ଓ ରାୟଗଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, କଳାହାଣ୍ଡି ୪ ଜଣ, ବୌଦ୍ଧ. କୋରାପୁଟ ଓ ମାଲକାନଗିରି ଜିଲ୍ଲାରୁ ୩ ଜଣ ଲେଖାଏଁ, ଏବଂ ଷ୍ଟେଟ୍ ପୋଲ୍‌ରୁ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

About The Author: The Sakala