ତଳକୁ ଖସୁଛି କରୋନା ଗ୍ରାଫ୍: ରାଜ୍ଯରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪୮୪୩ ଜଣ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ଗ୍ରାଫ୍। ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାରରେ ସାମାନ୍ଯ ବ୍ରେକ ଲାଗିଛି। ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଥିବା ବେଳେ ବର୍ତ୍ତମାନ ଗ୍ରାଫ ତଳ ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୦୨୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ […]

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ଗ୍ରାଫ୍। ଓଡ଼ିଶାରେ ଦୈନିକ କୋଭିଡ୍‍ ସଂକ୍ରମଣ ହାରରେ ସାମାନ୍ଯ ବ୍ରେକ ଲାଗିଛି। ସଂକ୍ରମଣ ଗ୍ରାଫ୍ ରକେଟ୍‌ ଭଳି ଉପରକୁ ଉଠୁଥିବା ବେଳେ ବର୍ତ୍ତମାନ ଗ୍ରାଫ ତଳ ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୮୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୦୨୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୬୩ ଜଣ ପଜିଟିଭ ରହିଛନ୍ତି। ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୫୯୧୧ କୁ ବୃଦ୍ଧି ପାଇଥିବା ବେଳେ ୧୧୮୪୧୭୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ରାଜ୍ୟରେ ଆଉ ୫୩୦୯୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୦୨୩ ଜଣ, ସୁନ୍ଦରଗଡ଼ରୁ ୭୩୫ ଜଣ, କଟକରୁ ୩୭୯ ଜଣ, ନୟାଗଡ଼ରୁ ୧୯୪ ଜଣ, ଯାଜପୁର ଓ ନୂଆପଡ଼ା ଜିଲ୍ଲାରୁ ୧୬୬ ଜଣ ଲେଖାଁଏ,କଳାହାଣ୍ଡିରୁ ୧୫୮ ଜଣ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରୁ ୧୫୨ ଜଣ ଲେଖାଁଏ, ସମ୍ବଲପୁରରୁ ୧୨୮ ଜଣ, ଜଗତସିଂପୁରରୁ ୧୦୦ ଜଣ,ରାୟଗଡ଼ାରୁ ୯୯ ଜଣ, ବଲାଙ୍ଗୀରରୁ ୯୫ ଜଣ,କେନ୍ଦୁଝରରୁ ୮୧ ଜଣ, ବରଗଡ଼ରୁ ୮୦ ଜଣ, କେନ୍ଦ୍ରାପଡ଼ାରୁ ୭୦ ଜଣ, ଦେବଗଡ଼ ଓ ସୋନପୁର ଜିଲ୍ଲାରୁ ୭୩ ଜଣ ଲେଖାଏଁ, ପୁରୀରୁ ୭୨ ଜଣ,ଗଞ୍ଜାମରୁ ୬୭ ଜଣ, ଝାରସୁଗୁଡ଼ାରୁ ୬୧ ଜଣ, ଗଜପତିରୁ ୬୨ ଜଣ, ଭଦ୍ରକରୁ ୬୦ ଜଣ, ଅନୁଗୁଳରୁ ୫୮ ଜଣ,କନ୍ଧମାଳରୁ ୫୨ ଜଣ, କୋରାପୁଟରୁ ୫୦ ଜଣ, ବୌଦ୍ଧରୁ ୪୯ ଜଣ, ଢ଼େଙ୍କାନାଳରୁ ୪୫ ଜଣ, ମାଲକାନଗିରିରୁ ୧୮ ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

About The Author: The Sakala