ଭୁବନେଶ୍ବର: ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ ବର୍ଷା । ମୌସୁମୀ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏ ନେଇ ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ମୌସୁମୀ ବର୍ଷା ପରିମାଣ ୯୬% ହେବା ନେଇ ପୂର୍ବାନୁମାନ କରାଯାଇଛି। ୯୬% ରୁ ୧୦୪% ବର୍ଷା ହେଲେ ସ୍ବାଭାବିକ କୁହାଯାଏ । ପ୍ଲସ ଓ ମଇନ୍ସ ୫ପ୍ରତିଶତ ରହିବ। ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲ୍-ନିନୋ ସମସ୍ୟା ସମ୍ଭାବନା ରହିଛି। ଏଲ୍-ନିନୋ ସମ୍ଭାବନା ଥିଲେ ବି ବର୍ଷା ପରିମାଣ କମିବନି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।