ଭୁବନେଶ୍ବର: ଓଡ଼ିଶାରେ ବାତ୍ୟା ଭୟ ନାହିଁ । ବାତ୍ୟା ସମ୍ପର୍କରେ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । IMD ଡିଜି ମୃତ୍ଯୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୭ ଦିନ ପାଇଁ ବାତ୍ଯାର ସୂଚନା ନାହିଁ । ଓଡ଼ିଶା ପ୍ରତି କୌଣସି ବାତ୍ଯାର ଭୟ ନାହିଁ। ବଙ୍ଗୋପସାଗରରେ କାଲି ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପଶ୍ଟିମ- ଉତ୍ତର- ପଶ୍ଚିମ ଦିଗରେ ଘୂର୍ଣ୍ଣିବଳ ଗତିକରୁଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡ଼ୁ ଅଭିମୁଖେ ଗତି କରୁଛି। ୧୭/୧୮ ତାରିଖରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କୌଣସି ବାତ୍ଯାର ରୂପ ନେବ ନାହିଁ। ୭/୮ ଦିନ ପରେ କଣ ହେବ ବର୍ତ୍ତମାନ କିହବା ସମ୍ଭବ ନୁହେଁ। ବାତ୍ଯା ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାକୁ ବିଶ୍ବାସ କରନ୍ତୁନି । କୌଣସି ମହାବାତ୍ଯ ସୃଷ୍ଟି ହେବାର ସମ୍ଭାବନା ନାହିଁ । ମହାବାତ୍ଯା ନେଇ IMD କୌଣସି ପୂର୍ବାନୁମାନ କରିନାହିଁ। ଓଡ଼ିଶା ପ୍ରତି ବାତ୍ଯା ଆଶଙ୍କା ରହିଲେ ଆମେ ସୂଚନା ଦେବୁ ବୋଲି IMD ଡିଜି ମୃତ୍ଯୁଞ୍ଜୟ ମହାପାତ୍ର କହିଛନ୍ତି। ଏଥିସହ IMDର ଆକଳନ ଉପରେ ବିଶ୍ବାସ ରଖିବାକୁ ଅପିଲ କରିଛନ୍ତି।
ଓଡିଶାକୁ ନାହିଁ ବାତ୍ୟା ଭୟ, ୭ ଦିନ ପରେ କ’ଣ ହେବ ବର୍ତ୍ତମାନଠୁ କିହବା ସମ୍ଭବ ନୁହେଁ- IMD ଡିଜି
ଭୁବନେଶ୍ବର: ଓଡ଼ିଶାରେ ବାତ୍ୟା ଭୟ ନାହିଁ । ବାତ୍ୟା ସମ୍ପର୍କରେ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ । IMD ଡିଜି ମୃତ୍ଯୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୭ ଦିନ ପାଇଁ ବାତ୍ଯାର ସୂଚନା ନାହିଁ । ଓଡ଼ିଶା ପ୍ରତି କୌଣସି ବାତ୍ଯାର ଭୟ ନାହିଁ। ବଙ୍ଗୋପସାଗରରେ କାଲି ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପଶ୍ଟିମ- ଉତ୍ତର- ପଶ୍ଚିମ ଦିଗରେ ଘୂର୍ଣ୍ଣିବଳ ଗତିକରୁଛି । ଦକ୍ଷିଣ ଆନ୍ଧ୍ରପ୍ରଦେଶ, ଉତ୍ତର ତାମିଲନାଡ଼ୁ ଅଭିମୁଖେ ଗତି କରୁଛି। […]