ଶିକ୍ଷକଙ୍କୁ ମୋହନା ବିଇଓଙ୍କ କଡ଼ା ତାଗିଦ: ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଗଜପତି: ଶିକ୍ଷକଙ୍କୁ ମୋହନା ବିଇଓଙ୍କ କଡ଼ା ତାଗିଦ। ଗାଡ଼ି ଚଳାଇବା ବେଳେ ହେଲମେଟ ନପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ। ବନ୍ଦ ହେବ ଦରମା। ଏଭଳି ନିଆରା ପଦକ୍ଷେପ ନେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା । ବାଇକରେ ବିଦ୍ୟାଳୟ ଯିବା ସମୟରେ ହେଉ କିମ୍ବା ଅନ୍ୟ ସବୁବେଳେ ହେଲମେଟ ପିନ୍ଧିବାକୁ ତାଗିଦ କରିଛନ୍ତି ବିଇଓ। ଏନେଇ  ମୋହନା ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜଣାଇବା ସହ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସିଙ୍କୁ […]

ଗଜପତି: ଶିକ୍ଷକଙ୍କୁ ମୋହନା ବିଇଓଙ୍କ କଡ଼ା ତାଗିଦ। ଗାଡ଼ି ଚଳାଇବା ବେଳେ ହେଲମେଟ ନପିନ୍ଧିଲେ ହେବ କାର୍ଯ୍ୟାନୁଷ୍ଠାନ। ବନ୍ଦ ହେବ ଦରମା। ଏଭଳି ନିଆରା ପଦକ୍ଷେପ ନେଇଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଳକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା । ବାଇକରେ ବିଦ୍ୟାଳୟ ଯିବା ସମୟରେ ହେଉ କିମ୍ବା ଅନ୍ୟ ସବୁବେଳେ ହେଲମେଟ ପିନ୍ଧିବାକୁ ତାଗିଦ କରିଛନ୍ତି ବିଇଓ। ଏନେଇ  ମୋହନା ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜଣାଇବା ସହ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସିଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଡିଇଓଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ। ଯଦି କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ ଏହି ନିର୍ଦ୍ଦେଶକୁ ଅବମାନନା କରି ବିନା ହେଲମେଟରେ ବାଇକ ଚଳାଇବାର ନଜରକୁ ଆସନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ସମ୍ପୃକ୍ତ ଶିକ୍ଷକଙ୍କ ଗୋଟିଏ ମାସର ଦରମା ବନ୍ଦ ପାଇଁ ପଦକ୍ଷେପ ନିଆଯିବ । ଗତ କିଛି ବର୍ଷ ହେଲା ବାଇକ ଦୁର୍ଘଟଣାରେ ଅନେକ ଶିକ୍ଷକଙ୍କ ମୃତ୍ୟୁ ଘଟିଛି ।  ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବାକୁ ଏଭଳି ପଦେକ୍ଷପ ନେଇଥିବା କହିଛନ୍ତି ବିଇଓ।

About The Author: The Sakala