ଚଳନ୍ତା ମୋ ବସ୍‌ରେ ଲାଗିଲା ନିଆଁ, ବସରେ କେହି ଯାତ୍ରୀ ନଥିବା ସୂଚନା

କଟକ: କଟକ ସିଡିଏ ସେକ୍ଟର ୯ ରେ ମୋ ବସରେ ଲାଗିଲା ନିଆଁ । ବସରେ କେହି ଯାତ୍ରୀ ନ ଥିବା ଜଣାପଡ଼ିଛି । ଗାଡି ଇଞ୍ଜିନ୍ ରୁ ନିଆଁ ଲାଗିଥିବା ଜଣାପଡ଼ିଛି । ବସର କିଛି ଅଂଶ ପୋଡି ସମୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ କେଉଁଥି ପାଇଁ ବସରେ ନିଆଁ ଲାଗିଲା ତାହାର କାରଣ ଜଣାପଡିନାହିଁ । ମିଳିଥିବା ସୂଚନା ମୁତାବକ ପୁରୀରୁ ଏହି ବସ୍ କଟକ ଆସିଥିଲା । କଟକ ସିଡିଏ ସେକ୍ଟର-୯ […]

କଟକ: କଟକ ସିଡିଏ ସେକ୍ଟର ୯ ରେ ମୋ ବସରେ ଲାଗିଲା ନିଆଁ । ବସରେ କେହି ଯାତ୍ରୀ ନ ଥିବା ଜଣାପଡ଼ିଛି । ଗାଡି ଇଞ୍ଜିନ୍ ରୁ ନିଆଁ ଲାଗିଥିବା ଜଣାପଡ଼ିଛି । ବସର କିଛି ଅଂଶ ପୋଡି ସମୂର୍ଣ୍ଣ ନଷ୍ଟ ହୋଇଯାଇଛି । ତେବେ କେଉଁଥି ପାଇଁ ବସରେ ନିଆଁ ଲାଗିଲା ତାହାର କାରଣ ଜଣାପଡିନାହିଁ ।

ମିଳିଥିବା ସୂଚନା ମୁତାବକ ପୁରୀରୁ ଏହି ବସ୍ କଟକ ଆସିଥିଲା । କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଗାଡି ଇଞ୍ଜିନ୍ ରୁ ଧୂଆଁ ବାହାରିବା ମାତ୍ରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ ଗାଡିରୁ ଓହ୍ଲାଇ ଯିବାସହ ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲେ। ପରେ ବସ୍‌ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏହି ନିଆଁ ଲାଗିବା ଦ୍ଵାରା ବସର କିଛି ଅଂଶ ପୋଡି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

About The Author: The Sakala